fbpx

ରାଶିଫଳ (ବୁଧବାର ,୦୫ ମଇ ,୨୦୨୧)

ମେଷ: ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି । ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚିତ୍ ।

ବୃଷ: ସବୁ ଚିନ୍ତା ପରିତ୍ୟାଗ କରି କିଛି ସମୟ ପରିବାର ଲୋକଙ୍କ ସହିତ କଟାଇବାକୁ ଚାହିଁବେ । ଏହି ସମୟ ଆପଣ ଆପଣଙ୍କ ଲୋକଙ୍କ ସହିତ ସ୍ନେହ ବାଣ୍ଟିବାର ସମୟ ।ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ।

ମିଥୁନ: ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇ ଖୁସି ଅନୁଭବ କରିବେ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ ।

କର୍କଟ: ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଏହା ଆନନ୍ଦ କରିବାର ସମୟ । ଏହି ପାରିବାରିକ ଉତ୍ସବ ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ ।

ସିଂହ: ଯଦି ଆପଣଙ୍କୁ ଏମିତି ଲାଗେ ଯେ ପରିବାରରେ ଯେ କୌଣସି ସମସ୍ୟା ଲାଗୁଛି ତାହାଲେ ଆପଣ ତାହାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ ।

କନ୍ୟା: ଆପଣଙ୍କର କୌଣସି ବନ୍ଧୁ ସାହାଯ୍ୟ ମାଗି ପାରନ୍ତି । ତାଙ୍କୁ ଆପଣଙ୍କ ସାହାଯ୍ୟର ବହୁତ ଆବଶ୍ୟକତା ରହିଛି । ଏହି ସମୟ ବନ୍ଧୁତ୍ୱ ପୂର୍ଣ୍ଣ କରିବାର ସୁଯୋଗ ଆଣିଛି । ତାଙ୍କ ଭଲ ପାଇଁ ଆପଣ ସବୁପ୍ରକାର ଚେଷ୍ଟା କରନ୍ତୁ ।

ତୁଳା: ସମସ୍ୟା ବଢ଼ୁଥିବା ଯୋଗୁଁ ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ସହିତ ସମୟ କଟାଇଲେ ତାହା ଦୂର ହୋଇଯିବ । ମାନସିକ ଶାନ୍ତି ପାଇଁ ବାହାରକୁ ଯାଇ ପାରନ୍ତି ।

ବିଛା: ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।

ଧନୁ: ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚେଷ୍ଟା କରିଛନ୍ତି, ଚେଷ୍ଟା ଜାରି ରଖନ୍ତୁ ।

ମକର: ପରିବାରର କୌଣସି ସଦସ୍ୟଙ୍କୁ ନୂଆ ପରିଚୟ ମିଳିପାରେ । ଏଥିପାଇଁ ବୋଧହୁଏ ତାଙ୍କୁ ବହୁତ ପ୍ରଶଂସା ମିଳିପାରେ । ଆଜି ନିଜ ପରିବାରର କିଛି ସଦସ୍ୟଙ୍କର ଦେଖାଶୁଣା କରିବାକୁ ପଡ଼ିପାରେ । ସମୟ କାଢ଼ି ନିଜ ଲୋକଙ୍କୁ ସ୍ନେହ ଦିଅନ୍ତୁ ।

କୁମ୍ଭ: କୌଣସି ଅସୁବିଧାରେ ଏକା ପଡ଼ିଯାଇଥିଲେ, ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।

ମୀନ: ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।

Get real time updates directly on you device, subscribe now.