fbpx

ରାଶିଫଳ (ବୁଧବାର, ୧୩ ଜାନୁଆରୀ ୨୦୨୧)

ମେଷ – ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।
ବୃଷ – ଆଜି ଆର୍ôଥକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ ହୋଇଜିବ । ଆକସ୍ମିକ ଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ କରିବାକୁ ପଡିପାରେ । ଦୀର୍ଘ ଦିନର ସୁଚିନ୍ତିତ ନୂତନ ଗୃହ ବାଣିଜ୍ୟାରମ୍ଭ କରିପାରନ୍ତି ।

ମିଥୁନ – ଆଜି କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ । ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ ।
କର୍କଟ – ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ ।
ସିଂହ – କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ । ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ ।
କନ୍ୟା – ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ ନାହିଁ ।
ତୁଳା – ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ ।
ବିଛା – ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ । ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ପ୍ରତ୍ୟେକଙ୍କର ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବାର ଆଶଙ୍କା ରହିଛି ।
ଧନୁ – ଆଜି ଆଧ୍ୟାତ୍ମିକ ଭାବଧାରାକୁ ପରିପୁଷ୍ଟ କରିବେ । ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ୱଜନଙ୍କ ମନ କିଣି ନେଇପାରନ୍ତି । କିନ୍ତୁ ପାରିବାରିକ ଭୁଲ୍‌? ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି ।
ମକର – ଆଜି ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ । ଅବଶ୍ୟ ନିକଟ ସମ୍ପର୍କୀୟ୍ରିୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ । ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ । ଶ୍ରବଣା ନକ୍ଷତ୍ର ଅନ୍ୟର ବିନା ସାହାଯ୍ୟରେ ବ୍ୟକ୍ତିଗତ ବ୍ୟବସ୍ଥା ଦ୍ୱାରା କେତେକାଂଶରେ ଉପକୃତ ହୋଇପାରନ୍ତି ।

କୁମ୍ଭ – ଆଜି ସମସ୍ତ ସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି । କିନ୍ତୁ ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡନ ସୃଷ୍ଟି କରିବ । କିନ୍ତୁ ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପଣେଇ ନେଇ ପାରନ୍ତି । ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ ।

ମୀନ – ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ । ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।

Get real time updates directly on you device, subscribe now.