fbpx

ରାଶିଫଳ (ରବିବାର ,୧୮ ଏପ୍ରିଲ,୨୦୨୧)

ମେଷ: ପରିବେଶରେ ଖୁସି ମିଳିବ । ଚାକିରି କ୍ଷେତ୍ରରେ ସୁଯୋଗ ସୁବିଧା ବଢିବ । ଲବଙ୍ଗଟିଏ ପାଟିରେ ରଖି ଦିନ କାଟନ୍ତୁ, କର୍ମ କ୍ଷେତ୍ର ସ୍ଥିତି ଦୃଢ ରହିବ । କୌଣସି ସରକାରୀ ସହାୟତା ମିଳିବ । ଭଗବାନ ଶିବଙ୍କୁ ଦଶନ କରନ୍ତୁ । ଆର୍ôଥକ ବୃଦ୍ଧି ହେବ ।

ବୃଷ: ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ । କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ । ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଅନ୍ତୁ ଶୁଭ ଖବର ମିଳିବ । ଇଛାପୁରଣ ହେବ, ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ମିଥୁନ: ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ । ଓଁ ନମଃ ଶିବାୟ ଜପ କରନ୍ତୁ । ଟଙ୍କାପଇସାକୁ ନେଇ ଚିନ୍ତା କମିବ । କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ।

କର୍କଟ: ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ । ନିଜଲୋକମାନେ ହଇରାଣ କରିବେ, ଆୟ କମିବ ବ୍ୟୟ ବୃଦ୍ଧି ହେବ । ଭୁଲ ନିଷ୍ପତିର ଶିକାର ହେବେ । ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରନ୍ତୁ ।

ସିଂହ: ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଶ ପରିସ୍ଥତି ମିଳିବ । ଶୁଭରେ ଦିନ କଟିବ । କୌଣସି ପୁରୁଣା ଯୋଜନାରେ ସଫଳ ହେବେ । କୌଣସି ଦ୍ରବ୍ୟ ଲାଭ ହେବ ଏବଂ ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା: ବ୍ୟବସାୟରେ ଲାଭ ବଢିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳିବ । ବିବାହ ନିମନ୍ତେ ବାଟ ଖୋଲିବ । କାର୍ଯ୍ୟରେ ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୂରଣ ହେବ । ପୁଞ୍ଜି ଲଗାଣ ସଂସ୍ଥାରେ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ।

ତୁଳା: କୌଣସି ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ପିଲାମାନଙ୍କୁ ନୂତନ କର୍ମନିଯୁକ୍ତିର ଖବର ମିଳିବ । ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ, ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା: ମନର ଆଶାପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ । କୌଣସି ଯୋଜନାରେ ସଫଳ ହେବେ । ଆର୍ôଥକ ସ୍ୱଛଳତା ପରିଲିକ୍ଷିତ ହେବ ।

ଧନୁ: ଚନ୍ଦନର ଟିକା ମଥାରେ ଲଗାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ । କିଛି ମିଠା ଦାନ କରନ୍ତୁ ଅଟକିଥିବା କାମ ପୁରଣ ହେବ । ଗଛିତ ଅର୍ଥ(ସେଭିଙ୍ଗସ ରୁଫ)ବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ।

ମକର: କୌଣସି ପ୍ରକାରର ଧୋକା ମିଳିବ । ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୂରଣ ହେବ । ପିମ୍ପୁଡିଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ । ଅନୁକୁଳ ସମୟ ରହିବ ।

କୁମ୍ଭ: କିଛି ଅଟା କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଶୁଭରେ ଶୁଭରେ ଦିନ କଟିବ । ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ । ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ମୀନ: ଭାଗ୍ୟ ସାଥ ଦେବ । ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ଦୁର ହେବ । ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ।

Get real time updates directly on you device, subscribe now.