fbpx

ରାଶିଫଳ (ମଙ୍ଗଳବାର ,୨୦ ଅପ୍ରିଲ ,୨୦୨୧)

ମେଷ : ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବନ୍ଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।

ବୃଷ : ସମାଜସେବା କରିବାକୁ ମନବଳାଇବେ । ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚେଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ ।

ମିଥୁନ : ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର, ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ ।

କର୍କଟ : ଜୀବନପ୍ରତି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳି ଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।

ସିଂହ : ଆପଣଙ୍କ ବୁଦ୍ଧି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।

କନ୍ୟା : ଆପଣ କୌଣସି ପ୍ରତିଯୋଗିତାର ମାନସିକତାରେ ଅଛନ୍ତି । ଜୀବନର କେତେକ କ୍ଷେତ୍ରରେ ଏହା ଠିକ୍, ମାତ୍ର ମନେରଖନ୍ତୁ ଯେମିତି ବେଶି ଉଗ୍ର ମନୋବୃତି ନ ଆଣନ୍ତି ବିଶେଷତଃ ନିଜ ପରିବାରକୁ ନେଇ ଏପରି କରନ୍ତୁ ନାହିଁ ।

ତୁଳା : ବନ୍ଧୁମାନଙ୍କ କଥା ନଶୁଣି, ନିଜର ହୃଦୟ କଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ । ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚିତ୍ ।

ବିଛା : ଆପଣଙ୍କ ମାନସିକ ଶକ୍ତି ଏହାର ଚରମ ସୀମାରେ ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଆଗେଇ ନେବ ।

ଧନୁ : ଘରୋଇ ଜୀବନରେ କିଛି ଉତଥାନ ପତ୍ତନ ହେବାର ଅଛି । କିନ୍ତୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହା ହେବ ଭଲ ହେବ । ଘରକୁ ଅତିଥି ଆସିବେ ଏବଂ ଖୁସି ବଢ଼ିବ ।

ମକର : ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।

କୁମ୍ଭ : ଆଜି ଦିନରେ ମାନସିକ ଦୁଶ୍ଚିନ୍ତା ଅଧିକ ହେଇପାରେ । ପରିବାର ସଦସ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶୀଘ୍ର ଦୂର ହୋଇଯିବ ।

ମୀନ : ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ ।

Get real time updates directly on you device, subscribe now.