fbpx

ରାଶିଫଳ (ଶୁକ୍ରବାର, ୨୫ ସେପ୍ଟେମ୍ବର ୨୦୨୦)

ମେଷ -ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ ।
ବୃଷ -ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ, ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ
ମିଥୁନ -ଆଜି ଆପଣଙ୍କୁ ଆପଣଙ୍କର କୌଣସି ନିକଟର ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ଏମିତି କୌଣସି ବସ୍ତୁ ଆପଣଙ୍କୁ ମିଳିପାରେ ଯାହା ଆପଣ କିଣିବାକୁ ଚାହୁଁ ନଥିବେ ।
କର୍କଟ -ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି ।
ସିଂହ -ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।
କନ୍ୟା -ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ ।
ତୁଳା -ସପ୍ତାହରୁ ଚାଲି ଆସୁଥିବା ଯୁକ୍ତି ଏବଂ ଚିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚେ଼ଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
ବିଛା -ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି ।ଭଲ ଭାବରେ ବୁଝିବିଚାରି କାମ କରନ୍ତୁ ଏବଂ ନିଜର ବିଚାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ ।
ଧନୁ -କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ ।
ମକର -ଆପଣଙ୍କ ନିଜ ପୁରୁଣା ବନ୍ଧୁ ଫେରି ପାରନ୍ତି କିନ୍ତୁ ସେଥିପାଇଁ ଆପଣଙ୍କୁ ପ୍ରଥମ ପାଦ ବଢାଇବାକୁ ପଡିବ । ଆପଣଙ୍କୁ ଏହି ରାଗିଥିବା ବନ୍ଧୁ ପାଖକୁ ଖବର ପଠାଇବା ପାଇଁ ଆପଣଙ୍କୁ ଆପଣଙ୍କର ମନ ଏବଂ ମସ୍ତିସ୍କ ଦ୍ୱାରା ସାହାଯ୍ୟ ମିଳିବ ।
କୁମ୍ଭ -ଆଜି ନିଜ ଲୋକମାନଙ୍କ ସହିତ ମିଶି ଭବିଷ୍ୟତର ଯୋଜନା ଖସଡା ପ୍ରସ୍ତୁତ କରିବାର ସମ୍ଭାବନା ହୋଇପାରେ । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ହୋଇ ସାହାର୍ଯ୍ୟ ସହଯୋଗ କରିବେ ।
ମୀନ -ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ଶୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ ।

Get real time updates directly on you device, subscribe now.