fbpx

ରାଶିଫଳ(ରବିବାର,୦୭ ଅଗଷ୍ଟ,୨୦୨୨)

ମେଷ: ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ । ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ । ଆୟ କରିବାର ସୁଯୋଗ ସୃଷ୍ଟି ହେବ । ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ରାଜନୈତିକ ବ୍ୟକ୍ତି ଯୋଜନାରେ ସଫଳ ହେବେ ।

ବୃଷ: ଭାଗ୍ୟ ଆଜି ଆପଣଙ୍କର ସପକ୍ଷରେ ରହିବ । ଆଶାତିତ ମାନ ସମ୍ମାନ, ଟଙ୍କାପଇସା, ନିଜର ପରିବାର ସାହିପଡିଶା ସହିତ ସୁସମ୍ପର୍କ ବୃଦ୍ଧି ହେବ । ନିଜର ଆଶା ପୂରଣ ହେବ । ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ । ଶୁଭରେ ଶୁଭରେ ଦିନ କଟିବ?

ମିଥୁନ: କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ । ବ୍ୟବସାୟ, କଳକାରଖନା କର୍ମଜୀବୀ, େଓøଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ । ଭାଗ୍ୟ ସହାୟ ହେବେ । ଅଚାନକ ଖୁସିଖବର ମିଳିବ । ମନର ଆଶା ପୂରଣ ହେବ । ଧାର୍ମିକ ଭାବନା ବୃଦ୍ଧି ହେବ । ବ୍ୟାଙ୍କ, ବୀମା, ଋଣ ବିଭାଗ କର୍ମି ଯୋଜନା ମୁତାବକ ସଫଳ ହେବେ ।

କର୍କଟ: ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ । ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ । ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି ଚିନ୍ତାର କାରଣ ହେବ । କୌଣସି କାମରେ ମନ ଲାଗିବ ନାହିଁ ।

ସିଂହ: କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ । ନୂଆକିଛି ଯୋଜନା କରି ସଫଳ ହେବେ । କୌଣସି ପ୍ରକାର ଆର୍ôଥକ ଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ । ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ । କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ । ମନ ଉତ୍ସାହିତ ରହିବ ।

ତୁଳା: କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । କୌଣସି ପାରିବାରିକ ପରିବେଷରେ ମତାନ୍ତର ରହିବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ । ଆଜି ମନେମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା: ଆଜି ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ମାତ୍ର ଚାକିରିରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ । ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରିରେ ସଫଳତା ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ: ଆଜି ନିଜର ସଂପର୍କିୟ ଏବଂ ପରିବାର ସହିତ ସମୟ କାଟନ୍ତୁ । ଆଜି କିଛି ଜନହିତକର ବା ନିସ୍ୱାର୍ଥ କାମ କରି ପ୍ରଶଂସିତ ହେବେ । କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୁରଣ ହେବ ।

ମକର: ଆଜି କିଛି ଦୁର୍ବଳ ଅନୁଭବ କରିବେ । ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ । ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ । ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।

କୁମ୍ଭ: ଆଜି ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ । ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ।

ମୀନ: ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି ପ୍ରକାର ସହାୟତା ମିଳିବ । ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Get real time updates directly on you device, subscribe now.