fbpx

ରାଶିଫଳ(ଗୁରୁବାର,୧୧ ଅଗଷ୍ଟ,୨୦୨୨)

ମେଷ: କୌଣସି ଅତିତର ଯୋଜନାରେ ସଫଳ ହେବେ । ପାରିବାରିକ ପରିବେଶ ଭଲ ରହିବ । ପରିଶ୍ରମ ମୁତାବକ ଫଳ ମିଳିବ କିନ୍ତୁ ମନ ବିଚଳିତ ରହିବ । କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ।

ବୃଷ: ଶୁଭଦିନ ରହିବ ତେଣୁ ଟଙ୍କାପଇସାକୁ ନେଇ ଚିନ୍ତା କମିବ। ଲୋକ ସମ୍ପର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ । ଶୁଭରେ ଶୁଭରେ ଦିନ କଟିବ । ଅଶାଜନକ ପରିବେଷ ପରିସ୍ଥିତି ରହିବ । ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ ।

ମିଥୁନ: ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ । ପରିବାରରେ ଭୁଲବୁଝାବଣା ରହିବ । ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ ଓ ମନ ବିଚଳିତ ରହିବ । ନିଜର ବାକ୍ୟ ସାମ୍ମା ବ୍ୟକ୍ତିକୁ ଖରାପ ଲାଗିବ ।

କର୍କଟ: ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ । କୌଣସି ପ୍ରକାର କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ । ଆୟ ମନମୁତାବକ ହେବ । କିଛି ଯୋଜନାରେ ସଫଳ ହେବେ ଚେଷ୍ଟା ଜାରି ରଖନ୍ତୁ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ସୃଷ୍ଟି ହେବ । ସମସ୍ତ ଯୋଜନାରେ ସଫଳ ହେବେ ।

ସିଂହ: କୌଣସି ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ । ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ୱୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ । ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଶ ପରିସ୍ଥିତି ରହିବ । ନିଜ ଖାଇବା ଖାଦ୍ୟରୁ କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ ।

କନ୍ୟା: କର୍ମ ଏବଂ ଅର୍ଥ ଚିନ୍ତା ଦୁରହେବ । କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ । ଜାଗାବାଡି ଏବଂ ନୁତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ଷୃଷ୍ଟି ହେବ । ମନ ଏବଂ ସ୍ୱାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର ପାଠପ୍ରତି ଆଗ୍ରହ କମ ରହିବ ।

ତୁଳା: କୌଣସି ଚିନ୍ତା ମନକୁ ଦୁବଳ କରିଦେବ । ଆମିଷ ଖାଇବେ ନାହିଁ ଏବଂ ଲକ୍ଷ୍ମୀଙ୍କର ସ୍ତୁତି ପଢନ୍ତୁ କିମ୍ବା ଶୁଣନ୍ତୁ । ଆଜି ସମୟ ସାଥ ଦେବ ନାହିଁଁ । ତେଣୁ ନିଜର ପ୍ରିୟ ଭଗବାନଙ୍କୁ ଦର୍ଶନକରି ଆଦାଖଣ୍ଡେ ପାଟିରେ ରଖି ଦିନ କାଟନ୍ତୁ । ମନର ଆଶା ପୁରଣ ହେବ ନାହିଁ କିନ୍ତୁ ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭ ଖବର ମିଳିବ ।

ବିଛା: ଆଜି ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ । ପୁରୁଣା ରୋଗରୁ ଆଶ୍ୱସ୍ତି ମିଳିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ । ଆତ୍ମବଳ ଅଧିକ ରହିବ ।

ଧନୁ: ଆଜି ଶୁଭ ଦିନ ରହିଛି ମନର ଆଶା ପୁରଣ ହେବ । ଚେଷ୍ଟା କରୁଥିବା କାମରେ ସଫଳ ହେବେ । ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ । କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ବଢିବ ।

ମକର: କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ । ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ । ଅନୁକୁଳ ସମୟ ରହିବ । ମନର ଆଶା ପୁରଣ ହେବ ।

କୁମ୍ଭ: ମନର ଆଶା ପୁରଣ ହେବ ନାହିଁଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ପକ୍ଷୀକୁ ଦିଅନ୍ତୁ । ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମ ନିଯୁକ୍ତିକୁ ନେଇ ଚିନ୍ତିତ ରହିବେ । ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ।

ମୀନ: ପାରିବାରିକ ଏବଂ କାର୍ଯ୍ୟସ୍ଥଳ ପରିବେଷରେ ମନ ଆନନ୍ଦ ରହିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି କ୍ଷେତ୍ରରୁ ସହାୟତା ମିଳିବ । ପରିବାରରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ । କର୍ମଜୀବି ମହିଳା ଅଧିକ ଶୁଭଫଳ ପାଇବେ ।

Get real time updates directly on you device, subscribe now.