fbpx

ରାଶିଫଳ(ଗୁରୁବାର,୦୪ ଅଗଷ୍ଟ,୨୦୨୨)

ମେଷ: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ନୂଆ ଭୂମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ ମିଳିବ ମାତ୍ର ହିସାବଠାରୁ ଅଧିକ ଖର୍ଚ୍ଚ ହେବ । ମନ ବିଚଳିତ ରହିବ ।

ବୃଷ: ମାନ ସମ୍ମାନ, ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ ରୋଜଗାର ନିମନ୍ତେ ସୁଯୋଗ ମିଳିବ, ନୂତନ ପ୍ରକଳ୍ପର ସନ୍ଧାନ ମିଳିବ, ମୋଟରଯାନ ଏବଂ କଳକାରଖାନା ସମ୍ବନ୍ଧିୟ କ୍ଷେତ୍ରରେ ରୋଜଗାରର ବାଟ ଫିଟିବ । କୌଣସି ପ୍ରକାର ପୁରୁଣା ରୋଗର ଉପଷମ ହେବ, ପିଲାମାନେ ଆଶାଠାରୁ ଅଧିକ ଶୁଭଫଳ ପାଇବେ ।

ମିଥୁନ: କୌଣସି ପ୍ରକାର ଯୋଜନାରେ ସଫଳ ହେବେ । ଆୟରେ ବୃଦ୍ଧିହେବ । କୌଣସି ଅତିତର ଯୋଜନାରେ ସଫଳ ହେବେ । କପଡା ବ୍ୟବସାୟ, ଜଳ ଏବଂ ମୃଦୁପାନିୟ ବ୍ୟବସାୟ, ଔଷଧ ବ୍ୟବସାୟରେ ଉନ୍ନତି ଆନୁଭୁତ ହେବ । ମହିଳାମାନଙ୍କର ମନର ଆଶା ପୁରଣ ହେବ ।

କର୍କଟ: ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ । ପିଲାମାନେ ମହିଳାମାନେ ଆଶାଠାରୁ ଅଧିକ ଖୁସିରେ ରହିବେ । ମନମୁତାବକ ଆୟ କରିବାର ସୁଯୋଗ ଷୃଷ୍ଟି ହେବ । ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ ମୁଦ୍ରଣ, ଆର୍ôଥକ କାରାବାର, ଜାଗାବାଡି ଗୃହନିର୍ମାଣ ଆଦି କର୍ମ ସହିତ ଜଡିତ ବ୍ୟକ୍ତିବିଶେଷ ଆଶାତିତ ଫଳ ପାଇବେ ।

ସିଂହ: ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିବ ତେଣୁ ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ରିଷ୍ଟ ଖଣ୍ଡନ ହେବା ସହିତ ମନ ସକରାତ୍ମକ ଓ ଶାନ୍ତ ରହିବ । କୌଣସି ପ୍ରକାରେ ସୁଖଶାନ୍ତି କ୍ଷୁର୍ଣ୍ଣ ହେବ । ମନ ଦ୍ୱନ୍ଦ ମଧ୍ୟରେ ରହିବ । କାହା ସହିତ ମତାନ୍ତର ହେବ ତେଣୁ ଦିନସାରା ନିରବ ରହିବେ ମାତ୍ର କୌଣସି ସମସ୍ୟାରୁ ମୁକ୍ତି ପାଇବେ ମାତ୍ର ସନ୍ତାନମାନଙ୍କୁ ନେଇ ଚିନ୍ତିତ ରହିବେ ।

କନ୍ୟା: ଅଚାନକ ଖୁସିଖବର ମିଳିବ । ନୂତନ କର୍ମସଂସ୍ଥାନର ସୁଯୋଗ ଷୃଷ୍ଟି ହେବ । ପିଲାଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବ ମାତ୍ର ଚାକିରି ବ୍ୟବସାୟରେ ସତର୍କ ରହିଥିବେ ନଚେତ କ୍ଷୟକ୍ଷତି ହେବ । ମହିଳାମାନେ ଦୁର୍ବଳତା ଅନୁଭବ କରିବେ ।

ତୁଳା: ଅଂଶୀଦାର ବ୍ୟବସାୟରେ ଲାଭବାନ ହେବେ ନାହିଁ ମାତ୍ର ଜାଗାବାଡି ଏବଂ ଗୃହନିର୍ମାଣ ବ୍ୟବସାୟରେ ଲାଭ ହେବ । ଦୁରଯାତ୍ରା ସଫଳ ରହିବ । ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ । ଯାନ୍ତ୍ରିକ ବିଭାଗ ଜନିତ ଚାକିରି ବା ଆୟର ବାଟ ମିଳିବ । ମନ ଉଗ୍ରସ୍ୱଭାବ ଭରା ରହିବ । ତେଣୁ ଦିନର ଅଧିକାଂଶ ସମୟ ନିରବ ରହିବା ଶୁଭ ।

ବିଛା: ମନର ଆଶା ପୁରଣ ହେବ । ଚେଷ୍ଟା କରୁଥିବା କାମଗୁଡିକରେ ସଫଳ ହେବେ ତେଣୁ ମାନସିକ ଶାନ୍ତି ପ୍ରାପ୍ତ ହେବ । ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ । ପୁରୁଣା ରୋଗରୁ ଉପସମ ମିଳିବ । ଶତୃଭୟ ଥିଲେ ପରିବର୍ତ୍ତନ ହେବ । ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ନିଷ୍ପତି ନେବାରେ ମନ ବିଚଳିତ ରହିବ ।

ଧନୁ: ପାରିବାରିକ ପରିବେଷରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । ସରକାରି ସହାୟତା ମିଳିବ । ପରିବାରରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ । ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ ।

ମକର: କୌଣସି ପ୍ରକାରର ଧୋକା ମିଳିବ । ଚେଷ୍ଟା କରୁଥିବା କାର୍ଯ୍ୟ ବିଗିଡି ଯିବ । ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ । ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ । ଗୁରୁଜନଙ୍କର ଆଶିର୍ବାଦ ନିଅନ୍ତୁ ।

କୁମ୍ଭ: ଆଜି ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ । ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ।

ମୀନ: ଆଜି କୌଣସି ଅଚାନକ ଖର୍ଚ୍ଚ ବଢିବ କିମ୍ବା କାହା ସହିତ ମନାନ୍ତର ମତ।।ନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ । ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ । ଅଯଥା ଖର୍ଚ୍ଚ ବଢିବ । ବନ୍ଧୁମିଳନ ବଢିବ ।

Get real time updates directly on you device, subscribe now.