fbpx

ରାଶିଫଳ(ମଙ୍ଗଳବାର,୦୯ ଅଗଷ୍ଟ,୨୦୨୨)

ମେଷ: ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ । ଶରୀରରେ ଫୂର୍ତ୍ତିର ଅଭାବ ରହିବ । ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ ନାହିଁ ।

ବୃଷ: କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସୁସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ । ଅତ୍ୟଧିକ କାମର ବୋଝରେ ଥକିଯିବା ଏବଂ ମାନସିକ ଅଣନିଶ୍ୱାସୀ ରହିବ । ଯାତ୍ରାରେ ବିଘ୍ନ ଆସିବାର ସମ୍ଭାବନା ରହିବ ।

ମିଥୁନ: ଶାରୀରିକ ଏବଂ ମାନସିକ ସତେଜତା ଏବଂ ପ୍ରଫୁଲ୍ଲତା ଅନୁଭବ ହେବ । କୁଟୁମ୍ବଜନ ତଥା ମିତ୍ରମାନଙ୍କ ସହିତ ଯାତ୍ରା ଏବଂ ପାର୍ଟୀର ଆୟୋଜନ ହେବ । ମନୋରଞ୍ଜନ ପାଇଁ ସମସ୍ତ ସାମଗ୍ରୀ ଆଜି ଆପଣଙ୍କୁ ଉପଲବ୍ଧ ହେବ । ସୁନ୍ଦର ବସ୍ତ୍ର, ଉତ୍ତମ ଭୋଜନ ଏବଂ ବାହନ ସୁଖ ପ୍ରାପ୍ତ ହେବ ।

କର୍କଟ: ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ । ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ- ଶାନ୍ତିରେ ଦିନ କଟିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ । କାର୍ଯ୍ୟରେ ଯଶ ମିଳିବ ।

ସିଂହ: ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବା ପାଇଁ ଆପଣଙ୍କୁ ପ୍ରେରଣା ମିଳିବ । ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ । ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ । ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା: ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ । ସ୍ୱାସ୍ଥ୍ୟ ଖରାପ ହେବ । ମନ ଚିନ୍ତାଗ୍ରସ୍ତ ରହିବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରେ କୁଟୁମ୍ବରେ ଅଶାନ୍ତି ରହିବ । ସାର୍ବଜନିକ ରୂପରେ ମାନହାନି ହେବାର ସମ୍ଭାବନା ରହିବ । ପାଣିରେ ଭୟ ରହିବ ।

ତୁଳା: ଶୁଭ କିମ୍ବା ଧାର୍ମିକ ମୁହୂର୍ତ୍ତରେ ଯାତ୍ରାର ଆୟୋଜନ ହେବ । ଭାଇ-ବନ୍ଧୁମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ବାତାବରଣରେ ଘର ବିଷୟରେ ଚର୍ଚ୍ଚା ହେବ । ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯିବେ । ବିଦେଶରୁ ଭଲ ସମାଚାର ଆସିବ । ଆଜି ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ କରିପାରନ୍ତି । ଧନ ଲାଭର ଯୋଗ ଅଛି ।

ବିଚ୍ଛା: ପାରିବାରିକ କଲହର ଅବସର ନ ଆସୁ, ଏହାର ଧ୍ୟାନ ରଖିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ଭ୍ରମରୁ ବଞ୍ଚିତ ରୁହନ୍ତୁ । ମନରେ ଉତ୍ପନ୍ନ ନକାରାତ୍ମକ ବିଚାରକୁ ଦୂର କରିବାକୁ ଉପଦେଶ । ବିଦ୍ୟା ପ୍ରାପ୍ତିରେ ବିଦ୍ୟାର୍ôଥମାନଙ୍କପାଇଁ ଅବରୋଧ ଆସିବ । ଅନାବଶ୍ୟକ ଧନ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ । ଶାରୀରିକ ତଥା ମାନସିକ ଅସୁସ୍ଥତା ଆପଣଙ୍କୁ ଅଣନିଶ୍ୱାସୀ କରିବ ।

ଧନୁ: ଆଜିର ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବେ । ଆର୍ôଥକ ଲାଭ ପ୍ରାପ୍ତି କରି ପାରିବେ । କୌଣସି ତୀର୍ଥଯାତ୍ରା କରିପାରନ୍ତି । ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ । ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । ସ୍ୱାଦିଷ୍ଟ ଭୋଜନର ସ୍ୱାଦ ନେବାର ଆନନ୍ଦ ପ୍ରାପ୍ତ ହେବ ।

ମକର: ଆଜିର ଦିନ ସାବଧାନ ପୂର୍ବକ ଚାଲିବାକୁ ଉପଦେଶ । ଅଧିକ ପରିଶ୍ରମରେ କମ ସଫଳତା ମିଳିବାରୁ ନିରାଶାର ଭାବନା ସୃଷ୍ଟି ହେବ । ପାରିବାରିକ ବାତାବରଣ ମଧ୍ୟ ଅଶାନ୍ତ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ । ଦୁର୍ଘଟଣାରୁ ବଞ୍ଚନ୍ତୁ । ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ । କୋର୍ଟ-କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳିକରି ପଦକ୍ଷେପ ଉଠାଇବେ ।

କୁମ୍ଭ: ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ତା ପାଇଁ ଯୋଜନା ବନାଇପାରିବେ । ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ । ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାୟକ ହେବେ । ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ । ରମଣୀୟ ସ୍ଥଳକୁ ଯାତ୍ରାର ଆୟୋଜନ କରିବେ । ସମାଜରେ ଖ୍ୟାତି ବଢ଼ିବ । ସନ୍ତାନମାନଙ୍କ ପ୍ରଗତି ହେବ ।

ମୀନ: ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବା ପାଇଁ ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ । ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ରାଶି ପ୍ରାପ୍ତ ହେବ । ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ । ଆୟର ମାତ୍ରା ବଢ଼ିବ । କୌଟୁମ୍ବିକ ମାହୌଲ ଆନନ୍ଦମୟ ରହିବ ।

Get real time updates directly on you device, subscribe now.