fbpx

ବୀଭତ୍ସ ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କ ଗଳା କାଟି ହତ୍ୟାକଲେ ପତ୍ନୀ

ନୂଆଦିଲ୍ଲୀ, ୬ା୨: ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ହତ୍ୟା ଘଟଣା ଘଟିଯାଇଛି । ଜଣେ ପତ୍ନୀ ନିଜର ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି । ଏହି ଘଟଣାଟି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରେ ଘଟିଛି । ଏନେଇ ପୋଲିସ ପକ୍ଷରୁ ଦୁଇଜଣଙ୍କ ନାମରେ ମୋକଦ୍ଦମା ଦାୟର କରାଯାଇଛି ।

ସୂଚନା ଅନୁଯାୟୀ, ପତ୍ନୀଜଣକ ରାତି ୨ଟା ସମୟରେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି । କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ରାତି ୨ଟା ସମୟରେ ଏକ ହତ୍ୟାକାଣ୍ଡ ଘଟିଥିବା ପୋଲିସକୁ ଖବର ମିଳିଥିଲା । ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା ବୋଲି ଲକ୍ଷ୍ମୀପୁର ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.