fbpx

ଫୁଟବଲ୍ ବିଶ୍ଵ କପ୍ ମଝିରେ ମହାନ ଫୁଟବଲର ପେଲେଙ୍କ ଅବସ୍ଥା ସଙ୍କଟାପନ୍ନ, କାମ କରୁନି କେମୋଥେରାପୀ

ନୂଆଦିଲ୍ଲୀ: ବ୍ରାଜିଲର ମହାନ ଫୁଟବଲ୍ ଖେଳାଳି ପେଲେଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପେଲେ କୋଲନ କର୍କଟ(କ୍ୟାନ୍ସର) ରୋଗରେ ପୀଡିତ। ତାଙ୍କ ଶରୀରରେ କେମୋଥେରାପୀ ବି କାମ କରୁନି। ଫଳରେ ଏହି ଚିକିତ୍ସାକୁ ବନ୍ଦ କରି ଦିଆଯାଇଛି। ୮୨ ବର୍ଷୀୟ ପେଲେଙ୍କୁ ହସ୍ପିଟାଲରେ ଆଣ୍ଡ ଅଫ ଲାଇଫ କେୟାରକୁ ସ୍ଥାନାନ୍ତର କରାଯାଇଛି। ହେରି କେନ ଏବଂ କିଲିୟନ ଏମବାପେଙ୍କ ପରି ବଡ ଫୁଟବଲ୍ ଖେଳାଳି ଟ୍ଵିଟ୍ କରି ପେଲେଙ୍କ ସୁସ୍ଥତା ପାଇଁ କାମନା କରିଛନ୍ତି।

ପେଲେ ୧୯୫୮, ୧୯୬୨ ଏବଂ ୧୯୭୦ରେ ବ୍ରାଜିଲକୁ ତିନି ଥର ବିଶ୍ଵ କପ୍ ଜିତାଇ ସାରିଛନ୍ତି। ସେ ଫୁଟବଲ୍ ଇତିହାସରେ ତିନୋଟି ବିଶ୍ଵ କପ୍ ଜିତିବାରେ ଏକମାତ୍ର ଖେଳାଳି। ପେଲେଙ୍କୁ ସାଧାରଣ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ପରେ ତାଙ୍କ ଶରୀରର ଅନେକ ଅଙ୍ଗ ଅକାମୀ ହୋଇ ପଡିଥିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସାତ ପୂର୍ବେ ମଧ୍ୟ ପେଲେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଆଣ୍ଡ ଅଫ ଲାଇଫ କେୟାରରେ କୌଣସି ବ୍ୟକ୍ତିଙ୍କୁ କିଛି ଘଣ୍ଟା, ଦିନ କିମ୍ବା ମାସ ରଖାଯାଏ। କୌଣସି ମଣିଷର ଶେଷ ସମୟ ଉପନ୍ନୀତ ହେଲେ ଏହି କେୟାରରେ ରଖାଯାଇ ଯତ୍ନ ନିଆଯାଏ। ବିଶେଷ କରି ଏହି ସମୟରେ ରୋଗୀଙ୍କ ମାନସିକ ଏବଂ ଭାବନାତ୍ମକ ଆବଶ୍ୟକତାକୁ ଧ୍ୟାନରେ ରଖାଯାଏ।

Get real time updates directly on you device, subscribe now.