fbpx

୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ୨୦ ।୧୧(ଓଡିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଗୃହ । ଗୃହ ଆରମ୍ଭରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଦିବଂଗତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶୋକ ପ୍ରସ୍ତାବ ଆଗତ ପରେ ଗୃହ ଅପରାହ୍ଣ ୩ଟା ଯାଏଁ ମୁଲତବୀ ରଖାଯାଇଛି । ଅପରାହ୍ଣରେ ଆଗତ ହେବ ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ୍ ।

Get real time updates directly on you device, subscribe now.