fbpx

କାଲିଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ପୁଣି ହଟ୍ଟଗୋଳ କରିଛନ୍ତି ବିଜେପି ସଦସ୍ୟ । ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ବେଳେ ପ୍ରତିବାଦ ହୋଇଥିଲା । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ହଟ୍ଟଗୋଳ ଯୋଗୁଁ କାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.