fbpx

କାଲିଠୁ ହାଉସ୍ ସର୍ଜନଙ୍କ ‘କାମ ବନ୍ଦ’

କଟକ,୨୭ ।୧(ଓଡିଶା ଭାସ୍କର): ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କାଲିଠାରୁ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିବାକୁ ଧମକ ଦେଇଛନ୍ତି । କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ଏହି ଆନ୍ଦୋଳନରେ କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ହାଉସ ସର୍ଜନ ସାମିଲ ଅଛନ୍ତି । ଜାନୁଆରୀ ୨୨ରୁ କଳାବ୍ୟାଜ୍ ପିନ୍ଧି କାମ କରୁଥିଲେ ହାଉସ ସର୍ଜନ । ଦାବି ପୂରଣ ନହେବାରୁ କାମ ବନ୍ଦ ନିଷ୍ପତ୍ତି ନେଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି । ଜରୁରୀ ସେବା ଓ କୋଭିଡ ଡ୍ୟୁଟି ବନ୍ଦ ନକରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ପ୍ରତିବାଦ ସତ୍ୱେ ଦାବି ପୂରଣ ନହେବାରୁ କାର୍ଯ୍ୟବନ୍ଦ କରିବାକୁ ଧମକ ଦେଇଛନ୍ତି ।

Get real time updates directly on you device, subscribe now.