fbpx

କେବେ ଏବଂ କେମିତି ହୋଇଥିଲା ପ୍ରଭୁ ଶ୍ରୀକୃଷ୍ଣଙ୍କ ମୃତ୍ୟୁ: ପୁରାଣରେ କ’ଣ ରହିଛି ଏହାର ରହସ୍ୟ ?

ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ । ଦେଶର ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଜନ୍ମାଷ୍ଟମୀକୁ ବଡ ଧୁମଧାମରେ ପାଳନ କରାଯାଏ । ଏହି ଦିନ ରୋହିଣୀ ନକ୍ଷତ୍ରରେ ମାତା ଦେବକୀଙ୍କ କୋଳରେ ଜନ୍ମ ନେଇଥିଲେ ସାରା ବିଶ୍ୱର ପାଳନକର୍ତ୍ତା । ତେବେ ଭଗବାନଙ୍କ ଜନ୍ମ ଗାଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି କେବେ, କିପରି ଏବଂ କେଉଁଠି ମୃତ୍ୟବରଣ କରିଥିଲେ ଭଗବାନ କୃଷ୍ଣ । ଆସନ୍ତୁ ଜାଣିବା କ’ଣ କହୁଛି ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ର ।

ମାନବ ଜାତି ଏବଂ ମାନବତାକୁ ନଷ୍ଟ କରିଥିବା କୁରୁକ୍ଷେତ୍ରର ମହାଭାରତ ଯୁଦ୍ଧ ଶେଷ ହୋଇଥାଏ । ମହାଯୁଦ୍ଧରେ ବିଜୟଲାଭ କରିବା ପରେ ମଧ୍ୟ ପାଣ୍ଡବମାନଙ୍କ ଶିବିରରେ ବିଜୟର ଖୁସି ଦେଖା ଯାଇନଥିଲା । ଏହି ବିନାଶରେ ସେମାନଙ୍କ ମନ ବି ବିଚଳିତ ହୋଇ ଉଠୁଥିଲା । ତେଣୁ ପାଣ୍ଡବ ଶ୍ରୀକୃଷ୍ଣଙ୍କ ସହିତ ଦୂର୍ଯ୍ୟୋଧନଙ୍କ ମୃତ୍ୟୁରେ ଶୋକ କରିବା ପାଇଁ ତାଙ୍କ ଅନ୍ଧ ପିତାମାତା ମହାରାଜ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ନିକଟରେ ପହଞ୍ଚିଥିଲେ । ରକ୍ତାକ୍ତ ଅବସ୍ଥାରେ ଦୁର୍ଯ୍ୟୋଧନଙ୍କ ଶବ ପଡି ରହିଥିଲା । କିନ୍ତୁ ଏହି ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦୁର୍ଯ୍ୟୋଧନଙ୍କ ମୃତ୍ୟୁର ପ୍ରକୃତ ଦୋଷୀ ବୋଲି କହିଥିଲେ ଗାନ୍ଧାରୀ ।

ଚିତ୍କାର କରି ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ, ହେ ଦ୍ୱାରିକାଧୀଶ ! ମୁଁ ସର୍ବଦା ବିଷ୍ଣୁଙ୍କ ରୂପରେ ଆପଣଙ୍କ ପୂଜା କରିଆସିଛି । ଆଜି ଆପଣ ନିଜ ଦିବ୍ୟ ଶକ୍ତି ବଳରେ ଏହି ମହାଯୁଦ୍ଧକୁ ରୋକି ପାରିଥାନ୍ତେ । କିନ୍ତୁ ଆପଣ ଏହା କଲେ ନାହିଁ । ଏବେ ଯାଆନ୍ତୁ ଏବଂ ଆପଣଙ୍କ ମା’ ଦେବକୀଙ୍କୁ ପଚାରି ବୁଝନ୍ତୁ ପୁତ୍ରର ମୃତ୍ୟୁରେ ଅଶ୍ରୁ ଝରାଉଥିବା ଜଣେ ମା’ର କଷ୍ଟ କିପରି ହୋଇଥାଏ । ସେ ମଧ୍ୟ ନିଜର ୭ ଜଣ ସନ୍ତାନଙ୍କ ମୃତ୍ୟୁ ନିଜ ଆଖିରେ ଦେଖିଛନ୍ତି ।

ଏହି କ୍ରୋଧରେ ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ, ଯଦି ଭଗବାନ ବିଷ୍ଣୁଙ୍କ ପ୍ରତି ମୋର ଶ୍ରଦ୍ଧା ଏବଂ ଭକ୍ତି ସତ୍ୟ ହୋଇଥିବ, ତେବେ ଆଜିରୁ ଠିକ ୩୬ ବର୍ଷ ପରେ ଏହି ପୃଥିବୀରେ ହିଁ ଆପଣଙ୍କର ମୃତ୍ୟୁ ହେବ । ଆପଣଙ୍କ ଦ୍ୱାରକା ନଗରୀ ବିନାଶ ହୋଇଯିବ ଏବଂ ଯଦୁବଂଶ ମଧ୍ୟ ଲୋପ ପାଇଯିବ । ଏହି କୂଳର ଲୋକମାନେ ପ୍ରିୟ ପରିଜନ ଏବଂ ନିଜ ଲୋକଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଯିବେ ।

ତେବେ ଗାନ୍ଧାରୀଙ୍କର ଏହି ଶାପ ଶ୍ରୀକୃଷ୍ଣ ଏବଂ ଯଦୁବଂଶ ପାଇଁ ବିନାଶ କାରଣ ପାଲଟି ଯାଇଥିଲା ବୋଲି କୁହାଯାଇଛି । ଗାନ୍ଧାରୀଙ୍କ ଏହି ଅଭିଶାପର କିଛି ବର୍ଷ ପରେ ଦ୍ୱାରକା ପାପ ନଗରୀରେ ପରିବର୍ତ୍ତନ ହୋଇଗଲା ଏବଂ ନିଜ ମଧ୍ୟରେ ଯୁଦ୍ଧ କରି ବିନାଶ ହୋଇଗଲା ଯଦୁବଂଶ । ଏହାପରେ ଶ୍ରୀକୃଷ୍ଣ ଦ୍ୱାରକା ଛାଡି ଏକ ଗଛ ତଳେ ଯୋଗ ସମାଧି ନେଉଥିଲେ । ଏହି ସମୟରେ ଜରା ନାମକ ଜଣେ ଶିକାରୀ ହରିଣ ଶିକାର କରିବା ପାଇଁ ଆସିଥେିଲ । କିନ୍ତୁ ବୁଦା ଗିତରେ ଶ୍ରୀକୃଷ୍ଣଙ୍କ ପାଦକୁ ହରିଣ ଭାବି ତୀର ଚଳାଇ ଦେଇଥିଲେ ଜରା । ଏହି ଘଟଣା ପାଇଁ ଜରା ଅନୁତାପ ମଧ୍ୟ କରିଥିଲେ ଏବଂ ଶ୍ରୀକୃଷ୍ଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ସୁନିଶ୍ଚିତ ତିଲା ବୋଲି କହିଥଇଲେ ପ୍ରଭୁ ଶୀକୃଷ୍ଣ ।

Janmashtami 2022: कब और किसके हाथों हुई श्रीकृष्ण की मृत्यु? महाभारत काल से जुड़ा है रहस्य

Get real time updates directly on you device, subscribe now.