କଶ୍ମୀରକୁ ଦେଖି ବଦଳିଗଲା ପାକିସ୍ତାନୀ ଆତଙ୍କୀ; ମୁଣ୍ଡରେ କଲା ବାଳ ରୋପଣ

ଅତି ନିକଟରୁ ଜମ୍ମୁ ଓ କଶ୍ମୀରକୁ ଦେଖି ନିଜକୁ ବଦଳାଇ ଦେଇଥିଲେ। ଆଉ ଏକ ପ୍ରାଇଭେଟ ବାଇକ୍‌ରେ କଶ୍ମୀର ସହର ବୋଲି ଥିଲେ। ସେହି ସମୟରେ ସେ ଏକ ହେୟାର ଟ୍ରାନ୍ସପ୍ଲାଣ୍ଟ କ୍ଲିନିକ ଦେଖିଥିଲେ

ଜମ୍ମୁ: ରକ୍ତର ହୋଲି ଖେଳିବାକୁ ଜମ୍ମୁ ଓ କଶ୍ମୀର ଆସିଥିଲା। ହେଲେ ଏଠାରେ ପହଞ୍ଚିବା ପରେ ନିଜକୁ ବଦଳାଇ ଦେଲା ପାକିସ୍ତାନୀ ଆତଙ୍କୀ ମୋହମ୍ମଦ ଉଷ୍ମାନ ଜଟ୍ ଓରଫ ‘ଚାଇନିଜ୍‌’। ଆଉ ଜମ୍ମୁ ଓ କଶ୍ମୀରର ପ୍ରେମରେ ପଡ଼ିଗଲା। ଚନ୍ଦା ମୁଣ୍ଡକୁ ନେଇ ଚିନ୍ତିତ ଥିବା ମୋହମ୍ମଦ ଉଷ୍ମାନ କଶ୍ମୀରରେ ଏକ ହେୟାର ଟ୍ରାନ୍ସପ୍ଲାଣ୍ଟ କ୍ଲିନିକରେ ନିଜ ମୁଣ୍ଡରେ ବାଳ ରୋପଣ କରିଥିଲା। ଆତଙ୍କୀ ସଙ୍ଗଠନଠାରୁ ଦୂରେଇ ସବୁଦିନ ଭାରତରେ ରହିବା ପାଇଁ ଯୋଜନା କରୁଥିବା ବେଳେ କଶ୍ମୀର ଓ ପଞ୍ଜାବ ପୋଲିସ ହାତରେ ଧରା ପଡ଼ିଛି। ଏଏନ୍‌ଆଇ ତାକୁ ଜେରା ବେଳେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ପାକିସ୍ତାନ ଲାହୋରରେ ଜନ୍ମିତ ମୋହମ୍ମଦ ଉଷ୍ମାନ ଜଟ୍ ଓରଫ ‘ଚାଇନିଜ୍‌’। ସେ ହେଉଛି ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଲଶ୍ମର-ଏ-ତୋଇବାର ସଦସ୍ୟ। ଭାରତର ଜମ୍ମୁ ଓ କଶ୍ମୀର ସମ୍ପର୍କରେ ସଙ୍ଗଠନରେ ତା ମାଇଣ୍ଡୱାସ କରାଯାଇଥିଲା। ଯେତିକି ନକାରାତ୍ମକ ଭାବନା ତା ମୁଣ୍ଡରେ ପୂରାଇ ଦିଆଯାଇଥିଲା। ଜମ୍ମୁ ଓ କଶ୍ମୀରରେ ମୁସଲମାନମାନେ ସୁରକ୍ଷିତ ନୁହଁନ୍ତି, ସେଠାରେ ଲୋକଙ୍କୁ ପଣବନ୍ଦୀ ଜୀବନ ଅତିବାହିତ କରିବାକୁ ପଡ଼ୁଥିଲା, ଏମିତି କେତେକଣ କଥା ତାଙ୍କୁ ମଣ୍ଡରେ ପୂରାଇ ଦିଆଯାଇଥିଲା। ଆଉ ପ୍ରତିଶୋଧ ଭାବନାରେ ତାଙ୍କୁ କଶ୍ମୀର ପଠାଯାଇଥିଲା।

ସେଥିପାଇଁ ମୋହମ୍ମଦ ଉଷ୍ମାନ ଉତ୍ତର କଶ୍ମୀରରେ ନିଜର ସ୍ଲିପର ସେଲ ତିଆରି କରିବା ପାଇଁ ସୀମା ପାର ହୋଇ ଆସିଥିଲା। ଆଉ କଶ୍ମୀରରେ ପହଞ୍ଚିବା ପରେ ଯାହା ତାଙ୍କୁ କୁହାଯାଇଥିଲା, ତାହା ଭୁଲ ବୋଲି ଦେଖିବାକୁ ପାଇଥିଲେ। ଜମ୍ମୁ ଓ କଶ୍ମୀର ଚିତ୍ର ପୂର ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ଲୋକମାନେ ଖୋଲମଖୋଲା ବଜାରରେ ଘୂରି ବୁଲୁଛନ୍ତି ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଣା ବିକା କରୁଥିବା ସେ ଦେଖିବାକୁ ପାଇଲେ। ଏହାଛଡ଼ା କଶ୍ମୀରରେ ବଡ଼ ଦୋକାନ ଓ ମେଡିକାଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମୋହମ୍ମଦ।

ଅତି ନିକଟରୁ ଜମ୍ମୁ ଓ କଶ୍ମୀରକୁ ଦେଖି ନିଜକୁ ବଦଳାଇ ଦେଇଥିଲେ। ଆଉ ଏକ ପ୍ରାଇଭେଟ ବାଇକ୍‌ରେ କଶ୍ମୀର ସହର ବୋଲି ଥିଲେ। ସେହି ସମୟରେ ସେ ଏକ ହେୟାର ଟ୍ରାନ୍ସପ୍ଲାଣ୍ଟ କ୍ଲିନିକ ଦେଖିଥିଲେ। ଆଉ ତାପରେ ନିଜ ଚନ୍ଦା ମୁଣ୍ଡରେ ହାତ ମାରିଥିଲେ। ମୁଣ୍ଡରେ ବାଳ ନଥିବାରୁ ଚିନ୍ତାରେ ଥିବା ମୋହମ୍ମଦ ଉଷ୍ମାନ ଜଟ୍ ରୋପଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେଥିପାଇଁ ସେ ଜଣେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ହେୟାର ଟ୍ରାନ୍ସପ୍ଲାଣ୍ଟ କ୍ଲିନିକକୁ ଯାଇଥିଲେ। ସେଠାରେ ନିଜ ମୁଣ୍ଡରେ ବାଳ ରୋପଣ କରିଥିଲେ।

ମୁଣ୍ଡରେ ବାଳ ରୋପଣ କରିବା ପରେ ନିଜକୁ ପୂରା ବଦଳାଇ ଦେଇଥିଲେ ମୋହମ୍ମଦ ଉଷ୍ମାନ ଜଟ୍‌। ଆଉ ଆତଙ୍କବାଦୀ ସଙ୍ଗଠନଠାରୁ ନିଜକୁ ଦୂରେଇ ଯିବାକୁ ଚାହୁଁଥିଲେ। ଭାରତରେ ସବୁଦିନ ପାଇଁ ରହିଯିବା ପାଇଁ ଯୋଜନା କରିଥିଲେ। ଏପରିକି ଆଧାରକାର୍ଡ଼ ଓ ଭୋଟର ପରିଚୟ ପତ୍ର ହାତେଇବା ପାଇଁ ଯୋଜନା କରୁଥିଲେ। ସେଥିପାଇଁ ସେ ପ୍ରାଇଭେଟ୍ ବସରେ କଶ୍ମୀରରୁ ପଞ୍ଜାବ ପଳାଇ ଯାଇଥିଲେ। ମାଲେରକୋଟଲାରେ ରହୁଥିଲା। ଆଉ ଇଂରାଜୀ ଶିଖିବା ପାଇଁ ତୁର୍କିସ୍ତାନ ଟିଭି ଚ୍ୟାନେଲ ଦେଖୁଥିଲେ।

୨୦୨୬ ଏପ୍ରିଲ୍ ୬ ତାରିଖରେ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା ଶ୍ରୀନଗର ପୋଲିସ। ଏହା ପରେ ପଞ୍ଜାବ ପୋଲିସର ସହାୟତାରେ ମାଲେରକୋଟଲାରେ ଚଢ଼ାଉ କରି ମୋହମ୍ମଦ ଉଷ୍ମାନ ଜଟ୍‌କୁ ଗିରଫ କରିବାରେ ସଫଳ ହୋଇଥିଲା। ପରେ ପୋଲିସ ତାକୁ ଏଏନ୍‌ଆଇକୁ ହସ୍ତାନ୍ତର କରିଥିଲା। ଏଏନ୍‌ଆଇ ଜେରା ବେଳେ ଏପରି ଚାଞ୍ଚଲ୍ୟକର ଖୋଲାସା ହୋଇଥିଲା।