fbpx

(Video) ସିଲ୍ ପରେ ପୁଣି କେମିତି ଖୋଲିଲା କିଶୋର ମଟନ୍ ହୋଟେଲ୍ ? ଖରାପ ହାଇଜନିକ ପାଇଁ…

ଭୁବନେଶ୍ୱର: ଭୁବନେଶ୍ୱର ଦୂରଦର୍ଶନ ଅଫିସ ନିକଟରେ ଥିବା ପ୍ରସିଦ୍ଧ କିଶୋର ଭାଇନା ହୋଟେଲର ଖାଦ୍ୟ ପଞ୍ଚିକରଣ ତାଲିକା ଗତକାଲି ବିଏମସି ବାତିଲ କରିଥିବା ବେଳେ ଆଜି ପୁଣି ଦୋକାନରେ ଲାଗିଛି ଗହଳି । ହୋଟେଲରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଟିକ୍ ନଥିବାରୁ ସିଲ୍ ହୋଇଥିବା ଏହି ହୋଟେଲଟି ଆଜି ପୁଣି ପୂର୍ବଭଳି ଚାଲିଛି । ଏହାରି ମଧ୍ୟରେ ରାତାରାତି କିପରି ସିଲ୍ ଖୋଲିଲା ବୋଲି ସର୍ବସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛୁ ।

ତେବେ ଆଜି ପୁଣି ସବୁଦିନ ଭଳି ହୋଟେଲରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ହୋଟେଲେରେ ମଟନ ରନ୍ଧା ଚାଲିଛି । ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ କ’ଣ କିଶୋର ହୋଟେଲ୍କୁ ସିଲ୍ କରାଯାଇଥିଲା ନା ନାହିଁ ? ଯଦି ବିଏମସି ଏହାକୁ ସିଲ୍ କରିଥିଲା ତା’ହେଲେ କେଉଁ ପରିସ୍ଥିତି ଏଠାରେ ପୁଣି ଆଜି ମଟନ ରନ୍ଧା ଚାଲିଛି । ଏହାର ପ୍ରକୃତ ସତ କ’ଣ, ସେନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ହୋଟେଲ ସିଲ୍ କରିବା ଏବଂ ଲାଇସେନ୍ସ ବାତିଲ୍ କରିବା ନେଇ ଟ୍ୱିଟ୍ ପଛରେ ବିଏମସିର ଆଭିମୁଖ୍ୟ କ’ଣ ଜଣାପଡୁନାହିଁ । ଭୁବନେଶ୍ୱରର କିଶୋର ହୋଟେଲ୍ ରାଜଧାନୀରେ ବହୁତ ପ୍ରସିଦ୍ଧ । ଏଠି ମଟନ୍ ଖାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗେ । ନିଜର ସ୍ୱତନ୍ତ୍ର ମଟନ୍ ତରକାରୀ ପାଇଁ କିଶୋର ହୋଟେଲ୍ ପ୍ରସିଦ୍ଧ । ହୋଟେଲରେ ଖାଇବା ରଙ୍ଗ, ଏକ୍ସପାଇରୀ ଡେଟ୍ ପଳାଇଥିବା ସସ୍ ଏବଂ ଷ୍ଟଲ୍ କ୍ରାବ୍ ନଷ୍ଟ ହୋଇଥିଲେ ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା। ଏହା ସହିତ ଖରାପ ପରିମଳ(ହାଇଜେନିକ) ପାଇଁ ଖାଦ୍ୟ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ଜରିମାନା ମଧ୍ୟ ଲାଗୁ କରାଯାଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.