fbpx

ରିସର୍ଚ୍ଚରୁ ଖୁଲାସା; ଏତିକି ଦିନ ଠାରୁ ଅଧିକ ସମୟ ଫ୍ରିଜରେ ଖଦ୍ୟ ରହିଲେ ହୋଇଯାଏ ବିଷ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଲୋକଙ୍କ ନିକଟରେ ସତେଜ ଖାଦ୍ୟ ଖାଇବାକୁ ମଧ୍ୟ ସମୟ ନାହିଁ । ଫଳରେ ସେମାନେ ଖାଦ୍ୟ ରାନ୍ଧି ଏହାକୁ ଫ୍ରିଜରେ ରଖିଦିଅନ୍ତି । ଏଥିସହିତ ପରବର୍ତ୍ତି ସମୟରେ ଏହାକୁ ଗରମ କରି ସେବନ କରନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଫ୍ରିଜରେ ଖାଦ୍ୟ ରଖି ଏହାକୁ ସେବନ କରିବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ । ଏଥିସହିତ କିଛି ଦିନ ଧରି ଫ୍ରିଜରେ ରହିଥିବା ଖଗାଦ୍ୟ ସେବନ କରିବା ଦ୍ୱାରା ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଘଟଣାକି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କ ମତ ଦେଇଛନ୍ତି ଏବଂ କହିଛନ୍ତି ଯେ ଫ୍ରିଜରେ ରନ୍ଧା ଖାଦ୍ୟ ରଖିବା ଉଚିତ୍ ନୁହେଁ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଦୀର୍ଘ ଦିନ ଧରି ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଇବାର ଅସୁବିଧା କ’ଣ ଏବଂ ଏହାକୁ କେତେ ଦିନ ରଖିବା ଉଚିତ୍ ।

ତେବେ ବିଶେର୍ଷମାନଙ୍କ ତଥ୍ୟ ଅନୁଯାୟୀ, ଜଳରେ ଦ୍ରବୀଭୂତ ଭିଟାମିନ୍ ସବୁଠୁ ଅସ୍ଥିର ହୋଇଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ସହଜରେ ଏବଂ ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ରୋଷେଇ ସମୟରେ ହିଁ ସେହିସବୁ ଖାଦ୍ୟ ଅଧିକାଂଶ କ୍ଷତି ହୋଇଥାଏ । କାରଣ ଉତ୍ତାପ ଭିଟାମିନ୍ ନଷ୍ଟ କରେ, ଏବଂ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ପୋଷକତତ୍ୱ ମଧ୍ୟ ନଷ୍ଟ ହୋଇଯାଏ । ତେଣୁ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ରନ୍ଧାଖାଦ୍ୟକୁ ଯଦି ଏୟାରଟାଇଟ୍ ପାତ୍ରରେ ରଖାଯାଏ, ତେବେ ଏହା ଦୁଇ-ତିନି ଦିନ କିମ୍ବା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଫୁଟା ହୋଇଥିବା କିମ୍ବା ସାଧା ରନ୍ଧା ହୋଇଥିବା ଭାତରେ ଶୀଘ୍ର ଜୀବାଣୁ ଜନ୍ମ ନେଇପାରନ୍ତି। ଏଥିସହିତ କମ୍ ତାପମାତ୍ରାରେ ମଧ୍ୟ ସେମାନେ ବଞ୍ଚିପାରିବେ । ଏହି କ୍ଷେତ୍ରରେ, ଖାଦ୍ୟକୁ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଖାଇବା ଉଚିତ୍ । ଏତତ୍ ବ୍ୟତୀତ ଭାରତୀୟ ଖାଦ୍ୟ ଲୁଣିଆ, ଖଟା ଏବଂ ମସଲାଯୁକ୍ତ, ହୋଇଥାଏ । ତେଣୁ ସେଗୁଡ଼ିକ ଆପେ ଆପେ ଫ୍ରିଜ୍ରେ ହିଁ ନଷ୍ଟ ହୋଇଯାଏ ।

ସ୍ୱାସ୍ଥ୍ୟ ପାଇଁ ଫ୍ରିଜରେ ରଖାଯାଇଥିବା ଖାଦ୍ୟ କେତେ ସୁରକ୍ଷିତ?

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ତଥୟ ଅନୁଯାୟୀ, ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ମାଂସ ଭଳି ନଷ୍ଟ ହେଉଥିବା ଜିନିଷକୁ ରେଫ୍ରିଜରେଟରରେ ରଖିବା ଉଚିତ୍। ଆହୁରି ମଧ୍ୟ, ସେମାନଙ୍କୁ ଏକ ସପ୍ତାହ ମଧ୍ୟରେ ଖାଇବା ଉଚିତ୍ । ସେହିପରି ଫଳ ଓ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜରେ ଗଚ୍ଛିତ ହୋଇପାରିବ । ବିଶେଷଜ୍ଞମାନେ କହିଛନ୍ତି ଯେ ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଉପରେ ତିନିରୁ ଚାରି ଦିନ ପରେ ଜୀବାଣୁ ବଢିବା ଆରମ୍ଭ କରନ୍ତି। ତେଣୁ ଏହାକୁ ଯଦି ଦୀର୍ଘ ସମୟ ଧରି ରଖାଯାଏ ତେବେ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ବଢିଯାଏ । ତେବେ ଜୀବାଣୁ କାରଣରୁ ଖାଦ୍ୟର ରଙ୍ଗ, ଗନ୍ଧ ଏବଂ ସ୍ୱାଦ ବଦଳି ନଥାଏ । ଯାହାଫଳରେ ଏହା ସୁରକ୍ଷିତ କି ନୁହେଁ ତାହା ଜାଣିବା କଷ୍ଟକର ହୋଇପଡେ । ତେଣୁ ଏପରି ଖାଦ୍ୟକୁ ଦୀର୍ଘ ଦିନ ଫ୍ରୀଜରେ ନ ରଖି ତୁରନ୍ତ ଖାଇନେବା ଆବଶ୍ୟକ ।

Get real time updates directly on you device, subscribe now.