fbpx

ଏବର୍ଷ କେତେ ଦିନ ପାଳନ ହେବ ନବରାତ୍ରୀ? ବ୍ରତ ରଖିବା ପୂର୍ବରୁ ଜାଣି ନିଅନ୍ତୁ ପ୍ରକୃତ ତିଥି

ହିନ୍ଦୁ ଧର୍ମରେ ନବରାତ୍ରୀର ମହତ୍ତ୍ୱ ଖୁବ ଅଧିକ ରହିଥାଏ । ଏହା ଭିତରେ ଶାରଦୀୟ ନବରାତ୍ରୀ ହନ୍ଦୁ ଧର୍ମର ସବୁଠୁ ବଡ ପର୍ବ ଭାବରେ ପାଳନ କରାଯାଏ । ଭାରତୀୟ ପଞ୍ଚାଙ୍ଗ ଅନୁସାରେ, ଆଶ୍ୱୀନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ଆରମ୍ଭ ହୋଇ ଦଶମୀରେ ଶେଷ ହୋଇଥାଏ ଏହି ପବିତ୍ର ନବରାତ୍ରୀ । ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୫ ତାରିଖରେ ଦଶମୀ ତିଥି ରହିଛି ।

ନବରାତ୍ରୀରେ ମା ଦୁର୍ଗା ଧରାରେ ଅବତରଣ କରିଥାନ୍ତି । ଭକ୍ତଙ୍କ ଦୁଃଖ ନାଶ କରିବା ପାଇଁ ମହୀଙ୍କୁ ଓହ୍ଲାଇ ଆସନ୍ତି ଜଗତ୍ ଜନନୀ ମା’ ଦୁର୍ଗା । ୯ ଦିନରେ ୯ଟି ରୂପରେ ମା’ ମହୀଷା ମର୍ଦ୍ଦିନୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଦିନମାନଙ୍କରେ ମା ଦଶଭୂଜାଙ୍କର ପ୍ରତ୍ୟେକ ରୂପକୁ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ । ଏହାପରେ ନବମୀକୁ ପୂଜା କରି ବ୍ରତ ଶେଷ କରାଯାଏ । ଘରେ ଘରେ ଦେବୀଙ୍କ ସ୍ୱରୂପାଙ୍କୁ ଭୋଗ ଲଗାଯାଇଥାଏ ।

ନବରାତ୍ରୀର ୯ ଦିନରେ ବିଭିନ୍ନ ରୂପରେ ପୂଜା ପାଇଥାନ୍ତି ମା’ ଦୁର୍ଗତୀ ନାଶିନୀ । କିନ୍ତୁ ଅନେକ ସମୟରେ ତିଥିର ପରିବର୍ତ୍ତନ ଯୋଗୁଁ ଅଷ୍ଟମୀ ଏବଂ ନବମୀ ତିଥିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଚଳିତବର୍ଷ ମହାଷ୍ଟମୀ ଅକ୍ଟୋବର ୩ ତାରିଖରେ ପାଳନ କରାଯିବ । ଏହି ଦିନ ପୂଜା କରି ବ୍ରତି ଶେଷ କରି ପାରିବେ ଶ୍ରଦ୍ଧାଳୁ ।

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ମହିଷାସୁର ନିଜ ଶକ୍ତି ଏବଂ କ୍ଷମତାରେ ସବୁଆଡେ ହାହାକାର ସୃଷ୍ଟି କରିଥିଲା । ରାକ୍ଷସର ପ୍ରଭାବରେ ଦେବା-ଦେବୀ ମଧ୍ୟ ବିଚଳିତ ହୋଇ ଉଠିଥିଲେ । ତେଣୁ ମହିଷାସୁରକୁ ବଦ୍ଧ କରିବା ପାଇଁ ଦୁର୍ଗାଙ୍କ ରୂପରେ ମର୍ତ୍ତ୍ୟକୁ ଆସିଥିଲେ ଦେବୀ ଆଦିଶକ୍ତି । ୮ ଦିନର ଘମାଘୋଟ ଯୁଦ୍ଧ ପରେ ନବମୀ ଦିନ ମହିଷାସୁରକୁ ବଦ୍ଧ କରି ମହିଷା ମର୍ଦ୍ଦିନୀ ରୂପ ଦାରଣ କରିଥିଲେ ଜଗତଜନନୀ ଦେବୀ । ତେଣୁ ଏହିଦିନକୁ ମହାନବମୀ ତିଥି ଭାବେ ପାଳନ କରାଯାଏ । ନବମୀ ତିଥିରେ ମା ଦୁର୍ଗା ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି ।

Get real time updates directly on you device, subscribe now.