fbpx

ଟିକା ନେବା ପରେ କେତେଜଣ ହୋଇଛନ୍ତି କରୋନା ପଜିଟିଭ? ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉତ୍ତର

ନୂଆଦିଲ୍ଲୀ,୨୧ ।୪: କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପରେ ମାଡିଚାଲିଛିି । ଦେଶର ୧୪୬ଟି ଜିଲ୍ଲା ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି । ଏହି ଜିଲ୍ଲାଗୁଡିକରେ ପଜିଟିଭ ରେଟ୍ ୧୫%ରୁ ଅଧିକ ରହିଛି । କରୋନାର ଦ୍ୱିତୀୟ ଲହର ଦେଶର ସମସ୍ତ ରାଜ୍ୟରେ ପ୍ରଭାବ ପକାଇଛି । ବର୍ତ୍ତମାନର ପଜିଟିଭ୍ ସଂଖ୍ୟା ଗତବର୍ଷ ପଜିଟିଭ ସଂଖ୍ୟା ଅପେକ୍ଷା ୨ ଗୁଣ ଅଧିକ ରହିଛି । ୭୪୦ ଜିଲ୍ଲା ମଧ୍ୟରୁ ୧୪୬ ଜିଲ୍ଲାରେ ୧୫%ରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି, ଯାହାକି ଚିନ୍ତାର ବିଷୟ ପାଲିଟିଛି । ଏହା ବ୍ୟତିତ ୨୭୪ ଜିଲ୍ଲାରେ ୫ରୁ ୧୫ % ପଜିଟିଭ୍ ମାମଲା ଓ ୩୦୮ ଜିଲ୍ଲାରେ ପଜିଟିଭ୍ ହାର ୫% ରୁ କମ୍ ରହିଛି ।

କେନ୍ଦ୍ର ସରକାରଙ୍କ କହିବା ମୁତାବକ, କରୋନା ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ ୦.୦୪ ପ୍ରତିଶତ ଲୋକ କରୋନା ପଜିଟିଭ୍ ହୋଇଛନ୍ତି । କିନ୍ତୁ ଅନ୍ୟପଟେ ସ୍ୱୀକୃତିପ୍ରାପ୍ତ କୋଭିସିଲ୍ଡର ଦ୍ୱିତୀୟ ଟିକା ନେବା ପରେ ୦.୦୩ % ଲୋକେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ, କେରଳ ରହିଛି । ଏହି ରାଜ୍ୟଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ସହ ମିଶି କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.