Customs Duty on Gold: ବିଦେଶରୁ ଆପଣ ଭାରତକୁ କେତେ ସୁନା ଆଣିପାରିବେ? ଜାଣନ୍ତୁ କଣ କହୁଛି ନିୟମ…

ବିଦେଶରୁ ଆପଣ ଭାରତକୁ କେତେ ସୁନା ଆଣିପାରିବେ? ଜାଣନ୍ତୁ କଣ କହୁଛି ନିୟମ...

ନୂଆଦିଲ୍ଲୀ: ଭାରତରେ, ସୁନା କେବଳ ଏକ ଧାତୁ ନୁହେଁ, ବରଂ ଭାବନା ଏବଂ ସାଂସ୍କୃତିକ ସଂଯୋଗର ପ୍ରତୀକ। ବିବାହ ଠାରୁ ପର୍ବ ପର୍ଯ୍ୟନ୍ତ, ସୁନା ଭାରତୀୟ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସିଛି। ଏହା ବ୍ୟତୀତ, ଲୋକମାନେ ଏହାକୁ ଏକ ସୁରକ୍ଷିତ ନିବେଶ ଭାବରେ ଦେଖନ୍ତି, କାରଣ ସମୟ ସହିତ ଏହାର ମୂଲ୍ୟ ବୃଦ୍ଧି ପାଇଛି। ଏହି କାରଣରୁ ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶ।

ବର୍ତ୍ତମାନ ସୁନାର ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଛି। ଫଳସ୍ୱରୂପ, କିଛି ଲୋକ ସେହି ଦେଶଗୁଡ଼ିକୁ ଯାତ୍ରା କରିବା ସମୟରେ ସୁନା କିଣିବାକୁ ଚାହୁଁଛନ୍ତି ଯେଉଁଠାରେ ଭାରତ ତୁଳନାରେ ମୂଲ୍ୟ କମ୍। ପ୍ରାୟତଃ, ଲୋକମାନେ ବିଦେଶରୁ ଫେିବା ବେଳେ ସାଙ୍ଗରେ ସୁନା ନେଇ ଆସନ୍ତି । କିନ୍ତୁ ଯଦି ସେମାନେ କଷ୍ଟମ୍ ନିୟମ ବିଷୟରେ ଅଜ୍ଞ ଥାଆନ୍ତି, ତେବେ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେଣୁ, ବିଦେଶରୁ ସୁନା ଆଣିବାର ନିୟମ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ବିଦେଶରୁ ଭାରତକୁ କେତେ ସୁନା ଅଣାଯାଇପାରିବ ସେ ସମ୍ପର୍କରେ ନିୟମ କ’ଣ।

ବିଦେଶରୁ ଭାରତକୁ କେତେ ସୁନା ଅଣାଯାଇପାରିବ?

ସରକାର ବିଦେଶରୁ ସୁନା ଆମଦାନୀ ସମ୍ପର୍କରେ କିଛି ନିୟମ କାନୁନ ଲାଗୁ କରିଛନ୍ତି। ଯଦି ଜଣେ ଭାରତୀୟ ପୁରୁଷ ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ ବିଦେଶରେ ରହିଥାଆନ୍ତି, ତେବେ ସେ କୌଣସି ଟ୍ୟାକ୍ସ ବିନା 20 ଗ୍ରାମ ପର୍ଯ୍ୟନ୍ତ ସୁନା ଆଣିପାରିବ, ଯାହାର ମୂଲ୍ୟ 50,000 ପର୍ଯ୍ୟନ୍ତ ହୋଇଥିବା ଦରକାର। ଏଥିରେ କୌଣସି ସୀମା ଶୁଳ୍କ ଲାଗୁ ହେବ ନାହିଁ। ମହିଳାମାନଙ୍କୁ ଟିକିଏ ଅଧିକ ଛାଡ଼ । ସେମାନେ 1 ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର 40 ଗ୍ରାମ ସୁନା ଆଣିପାରିବେ। ଏହା ମଧ୍ୟ ବିନା ଟ୍ୟାକ୍ସରେ।

କେହି 10 କିଲୋଗ୍ରାମରୁ ଅଧିକ ସୁନା ଆଣିପାରିବେ କି?

କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ, ଭାରତୀୟ ବଂଶୋଦ୍ଭବମାନେ 10 କିଲୋଗ୍ରାମ ପର୍ଯ୍ୟନ୍ତ ସୁନା ଆଣିପାରିବେ, କିନ୍ତୁ ନିୟମ ଟିକେ କଠୋର। ଲଗାତାର 6 ମାସରୁ ଅଧିକ ସମୟ ପାଇଁ ବିଦେଶରେ ରହିଆସୁଥିବା ଭାରତୀୟ ନାଗରିକମାନେ ଭାରତକୁ 10 କିଲୋଗ୍ରାମ ପର୍ଯ୍ୟନ୍ତ ସୁନା ଆଣିପାରିବେ। 10 କିଲୋଗ୍ରାମ ସୁନା ଆଣିବାକୁ ଅନୁମତି ଦିଆଯାଇଛି, କିନ୍ତୁ ସେଥିପାଇଁ ସୀମା ଶୁଳ୍କ ଦେବା ଜରୁରୀ ଏଟେ । ଏହି ସୁନା ଉପରେ ଲାଗୁ ହୋଇଥିବା ଟିକସ ବିଦେଶୀ ମୁଦ୍ରାରେ ଦେବାକୁ ପଡିବ, ଅର୍ଥାତ୍ ଆପଣ ଭାରତ ବାହାରେ ତାହା ରୋଜଗାର କରିଥିବା କିମ୍ବା ପଠାଇଥିବା ଟଙ୍କା ।