ଆପଲ୍‌ର ନୂଆ CEO ଜନ୍ ଟର୍ନସଙ୍କ ଦରମା କେତେ, ଟିମ୍ କୁକ୍‌ଙ୍କଠାରୁ ଅଧିକ ନା କମ୍, ଜାଣିଲେ ହୋସ୍ ଉଡିଯିବ

ଆପଲ୍‌ର ନୂଆ CEO ଜନ୍ ଟର୍ନସଙ୍କ ନେଟ୍‌ୱର୍ଥ କେତେ? ପ୍ରତିମାସରେ କେତେ ଦରମା ପାଇବେ ଜାଣନ୍ତୁ।

ନୂଆଦିଲ୍ଲୀ: ଆପଲ୍‌ର CEO ପଦରେ ବଡ଼ ପରିବର୍ତ୍ତନ ହୋଇଛି। ପ୍ରାୟ ୧୫ ବର୍ଷ ପରେ ଆପଲ୍‌ର ନୂଆ CEO ପଦରେ ବସିଛନ୍ତି ଜନ୍ ଟର୍ନସ୍।ସେପ୍ଟେମ୍ବର ୧ରୁ ସେ ଆପଲ୍‌ର CEO ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି।

ଟିମ୍ କୁକ୍‌ଙ୍କ ପରେ ଜନ୍ ଟର୍ନସ୍‌ଙ୍କ ନିଯୁକ୍ତି ଏବେ ଚର୍ଚ୍ଚାରେ ରହିଛି। ଏହା ସହ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ- ଆପଲ୍‌ର CEOଙ୍କୁ କେତେ ଦରମା ମିଳେ? ଜନ୍ ଟର୍ନସଙ୍କ ମାସିକ ଦରମା କେତେ ଏବଂ ଟିମ୍ କୁକ୍‌ଙ୍କ ତୁଳନାରେ ତାଙ୍କ ପ୍ୟାକେଜ୍‌ କେତେ ଅଧିକ?

କିଏ ଏହି CEO ଜନ୍ ଟର୍ନସ୍: ଜନ୍ ଟର୍ନସ୍ ଚଳିତ ବର୍ଷ ଆପଲ୍‌ରେ ଯୋଗ ଦେଇନାହାନ୍ତି। ସେ ଦୀର୍ଘ ୨୫ ବର୍ଷ ଧରି ଆପଲ୍‌ ସହ ଜଡ଼ିତ ଅଛନ୍ତି। ୨୦୦୧ ମସିହାରେ ସେ ଆପଲ୍‌ର ପ୍ରଡକ୍ଟ ଡିଜାଇନ୍ ଟିମ୍‌ରେ ଯୋଗ ଦେଇଥିଲେ।

ଏହାପରେ ତାଙ୍କ କ୍ୟାରିୟରରେ ଲଗାତାର ଉନ୍ନତି ହୋଇଥିଲା। ୨୦୧୩ରେ ସେ ହାର୍ଡୱେର ଇଞ୍ଜିନିୟରିଂର ଭାଇସ୍ ପ୍ରେସିଡେଣ୍ଟ ହୋଇଥିଲେ। ପରେ ୨୦୨୧ରେ ସେ ଆପଲ୍‌ର ସିନିୟର ଭାଇସ୍ ପ୍ରେସିଡେଣ୍ଟ ପଦକୁ ପଦୋନ୍ନତି ପାଇଥିଲେ। ଏବେ ଟିମ୍ କୁକ୍‌ଙ୍କ ପରେ ସେ ଆପଲ୍‌ର CEO ଦାୟିତ୍ୱ ନେଇଛନ୍ତି।

ଜନ୍ ଟର୍ନସଙ୍କୁ କେତେ ଦରମା ମିଳିବ: ମିଡିଆ ରିପୋର୍ଟ ଅନୁସାରେ, ଜନ୍ ଟର୍ନସଙ୍କୁ ପ୍ରାୟ ୫୮ ମିଲିୟନ୍ ଡଲାରର ପ୍ୟାକେଜ୍ ମିଳିବ। ଏଥିରେ ତାଙ୍କ ବାର୍ଷିକ ବେସିକ୍ ସାଲାରୀ ୩ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୨୮.୫ କୋଟି ଟଙ୍କା ରହିଛି।

ଏହା ବ୍ୟତୀତ ଆସନ୍ତା ବର୍ଷ ପାଇଁ ତାଙ୍କୁ ପ୍ରାୟ ୫୫ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୫୨୨ କୋଟି ଟଙ୍କାର ଟାର୍ଗେଟ୍ ଷ୍ଟକ୍ ଆୱାର୍ଡ ମିଳିବ। ଏହା ସହ ତାଙ୍କ ପ୍ୟାକେଜ୍‌ରେ ଏକକାଳୀନ ୨.୫ ମିଲିୟନ୍ ଡଲାରର RSU ଗ୍ରାଣ୍ଟ ମଧ୍ୟ ସାମିଲ ରହିଛି।

କେବଳ ବେସିକ୍ ସାଲାରୀକୁ ହିସାବ କଲେ, ୩ ମିଲିୟନ୍ ଡଲାର ବାର୍ଷିକ ଦରମା ଅନୁସାରେ ଜନ୍ ଟର୍ନସଙ୍କ ମାସିକ ବେସିକ୍ ସାଲାରୀ ପ୍ରାୟ ୨.୩୭ କୋଟି ଟଙ୍କା ହେବ।

ଟିମ୍ କୁକ୍ କେତେ ଦରମା ପାଉଥିଲେ: ଅନ୍ୟପକ୍ଷରେ ଟିମ୍ କୁକ୍ ଆପଲ୍‌ର CEO ଥିବା ସମୟରେ ଗତ ବର୍ଷ ପ୍ରାୟ ୭୪.୩ ମିଲିୟନ୍ ଡଲାର ଆୟ କରିଥିଲେ। ଟିମ୍ କୁକ୍‌ଙ୍କ CEO ପ୍ୟାକେଜ୍ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା।

ରିପୋର୍ଟ ଅନୁସାରେ, ଟିମ୍ କୁକ୍‌ଙ୍କ ପ୍ୟାକେଜ୍ ପ୍ରାୟ ୪୭ ମିଲିୟନ୍ ଡଲାର ଥିଲା। ଏଥିରେ ବାର୍ଷିକ ୨ ମିଲିୟନ୍ ଡଲାରର ବେସିକ୍ ସାଲାରୀ ଏବଂ ୨୦୨୭ ପାଇଁ ପ୍ରାୟ ୪୫ ମିଲିୟନ୍ ଡଲାରର ପ୍ଲାନ୍‌ଡ ଷ୍ଟକ୍ ଆୱାର୍ଡ ସାମିଲ ଥିଲା।

ଅର୍ଥାତ୍, ଜନ୍ ଟର୍ନସଙ୍କ ବେସିକ୍ ସାଲାରୀ ଟିମ୍ କୁକ୍‌ଙ୍କ ତୁଳନାରେ ୧ ମିଲିୟନ୍ ଡଲାର ଅଧିକ। ତେବେ CEOଙ୍କ ମୋଟ କମ୍ପେନସେସନ୍ କେବଳ ବେସିକ୍ ସାଲାରୀ ନୁହେଁ; ଷ୍ଟକ୍ ଆୱାର୍ଡ ଓ ଅନ୍ୟାନ୍ୟ ଗ୍ରାଣ୍ଟ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ।