fbpx

JNU ଛାତ୍ରଙ୍କ ପିଛାରେ ସରକାର କେତେ ଟଙ୍କା ଖର୍ଚ୍ଚ କରନ୍ତି? ଜାଣିବା ପରେ ପାଦତଳୁ ମାଟି ଖସି ଯିବ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ୟୁନିର୍ଭସିଟିରେ ବ୍ରାହ୍ମଣ ଏବଂ ବଣିଆ ମାନଙ୍କୁ ନେଇ ସ୍ଲୋଗାନକୁ ନେଇ ପୁଣିଥରେ ବିବାଦ ସାମ୍ନାକୁ ଆସିଛି । ‘ବ୍ରାହ୍ମଣ ମାନେ କ୍ୟାମ୍ପସ ଛାଡ, ନଚେତ ରକ୍ତପାତ ହେବ’ , ବ୍ରାହ୍ମଣ ଏବଂ ବଣିଆ, ଆମେ ତୁମ ପାଖକୁ ଆସୁଛୁ । ଏପରି କିଛି ସ୍ଲୋଗାନ ନାମିଦାମୀ ଜେଏନୟୁ ୟୁନିଭର୍ସିଟିର କାନ୍ଥରେ ଲେଖାଯାଇଛି । ଏହା ହେବା ଦ୍ୱାରା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବାଦ ହେବା ସହ ଛାତ୍ରମାନଙ୍କ ମାନସିକ ପରିସ୍ଥିତି ଠିକ ରହୁ ନାହିଁ । ତେବେ ଏହାକୁ ନେଇ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଜାତିବାଦୀ ପ୍ରଥା ସାମ୍ନାକୁ ଆସିଛି ।

ଖାଲି ସ୍ଲୋଗାନ ନୁହେଁ ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜ ବିଲ୍ଡଂକୁ ମଧ୍ୟ ଦୁଷ୍କର୍ମକାରୀମାନେ ଟାର୍ଗେଟ ରଖିଛନ୍ତି । ଏହି ଘଟଣାକୁ ନେଇ ପୁଣିଥରେ ସଂସ୍ଥା ଉପରେ ଖର୍ଚ୍ଚ ହେବ ବୋଲି ଚର୍ଚ୍ଚା ଚାଲିଛି । ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ, ସରକାର କାହିଁକି ସାଧାରଣ ଲୋକ ଦେଉଥିବା ଟ୍ୟାକ୍ସ ଟଙ୍କାକୁ ଏହି ସଂଗଠନ ଉପରେ ଖର୍ଚ୍ଚ କରୁଛି । ଏବଂ ଏଠାରେ ମିଳୁଥିବା ଶିକ୍ଷାର କଣ ସବସିଡାଇଜ ରହିଛି ତାକୁ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଆସନ୍ତୁ ଜାଣିବା ସରକାରଙ୍କ ଦ୍ୱାରା କରାଯାଇଥିବା ସଂଗଠନରେ ପଢୁଥିବା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ।

ଜବାହାରଲାଲ ନେହେରୁ ୟୁନିର୍ଭସିଟି ୱେବସାଇଟର ଡାଟା ଅନୁସାରେ, ଜେଏନୟୁରେ ଅନେକ ଶିକ୍ଷାର୍ଥୀ କ୍ୟାମ୍ପସରେ ଥିବା ହଷ୍ଟେଲରେ ରହି ପାଠ ପଢିଥାନ୍ତି । ଏହାସହ ସେମାନଙ୍କୁ ମେସରୁ ୩ବକ୍ତ ଖାଇବାକୁ ଦିଆଯାଇଥାଏ । ଏଥିପାଇଁ ପିଲା ମାନଙ୍କ ଠାରୁ ବହୁ କମ ଟଙ୍କା ନିଆଯାଇଥାଏ । ଏହାଛଡ଼ା ସଂଗଠନରେ ଫିସ ମଧ୍ୟ କମ ହୋଇଥାଏ ।

ଜେଏନୟୁ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, କେନ୍ଦ୍ରସରକାରଙ୍କ ତରଫରୁ ଏକ ବର୍ଷରେ ସଂଗଠନ ଉପରେ ୫,୫୯,୭୬,୨୦,୩୭୧ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ସଂଗଠନରେ ସମୁଦାୟ ୭୮୨୧ ଶିକ୍ଷାର୍ଥୀ ପାଠ ପଢୁଛନ୍ତି । ତେବେ ସେହି ଟଙ୍କାକୁ ଗୋଟେ ଛାତ୍ର ପିଛାରେ ଭାଗ କରାଗଲେ ୭,୧୫,୭୧୬ ଟଙ୍କା ପଡୁଛି । ସାଧାରଣ ଅର୍ଥରେ ଗୋଟେ ପିଲା ପିଛା ୭ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ୟୁନିର୍ଭସିଟି ।

Get real time updates directly on you device, subscribe now.