fbpx

କମାଲ କରୁଛି ‘ଦୃଶ୍ୟମ୍-୨’: ଜାଣନ୍ତୁ ଏହି ଫିଲ୍ମ ପାଇଁ କେତେ ଟଙ୍କା ନେଇଛନ୍ତି ଅଜୟ ଦେବଗନ୍ ?

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦୃଶ୍ୟମ୍-୨’କୁ ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ପ୍ରଥମେ ଅଜୟ ଦେବଗନ ଫିଲ୍ମର ଟିଜର ସେୟାର କରିବା ସହ ପରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । ଟ୍ରେଲର ରିଲିଜ ପରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ଦେଖାଯାଇଥିଲା । ରିଲିଜ୍ ପୂର୍ବରୁ ଆଗୁଆ ଟିକେଟ ବୁକିଂ ଆରମ୍ଭ ହୋଇଥିବା ବେଳେ ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକ କେତେ ଉତ୍ସାହିତ ଥିଲେ ତାହା ଜଣାପଡ଼ିଛି ।

ଫିଲ୍ମ ‘ଦୃଶ୍ୟମ୍-୨’ ପ୍ରଥମ ଦିନରେ ୧୫.୩୮କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୧.୫୯କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଜୟ ଦେବଗନଙ୍କ ଚରିତ୍ରର ନାଁ ବିଜୟ ସଲଗାଓଁକର ଥିବା ବେଳେ ଫିଲ୍ମ ପାଇଁ ଅଜୟ ୩୦କୋଟି ନେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଅଭିନେତ୍ରୀ ତବୁ ଆଇଜି ମୀରା ଦେଶମୁଖ ଚରିତ୍ରରେ ନଜର ଆସିଥିବା ବେଳେ ସେ ଫିଲ୍ମ ପାଇଁ ୩.୫କୋଟି ନେଇଥିବା ସାମ୍ନାକୁ ଆସିଛି । ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିବା ଅକ୍ଷୟ ଖାନ୍ନା ଫିଲ୍ମ ପାଇଁ ୨.୫କୋଟି ଟଙ୍କା ନେଇଥିବା ଜଣାପଡ଼ିଛି ।

ତେବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍ ୨’ ଅଭିନେତ୍ରୀ ଆଲିଆ ଭଟ୍ଟ, ଅକ୍ଷୟ କୁମାର, କାର୍ତ୍ତିକ ଆରୟନ, ରଣବୀର କପୁର ଏବଂ ରିତିକ ରୋଶନଙ୍କ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମକୁ ପଛରେ ପକାଇଛି । ଫିଲ୍ମର ପ୍ରଥମ ଦିନର ଆୟ ଅନୁଯାୟୀ ଅକ୍ଷୟ କୁମାରଙ୍କ ‘ରାମ ସେତୁ’-‘ପୃଥ୍ୱୀରାଜ ଚୌହାନ’-‘ବଚ୍ଚନ ପାଣ୍ଡେ’-‘ରକ୍ଷା ବନ୍ଧନ’, ସୈଫ୍ ଅଲୀ ଖାନ ଓ ହ୍ରିତିକ ରୋଶନଙ୍କ ‘ବିକ୍ରମ ବେଦା’, ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆବାଡି’, କାର୍ତ୍ତିକ ଆରୟନଙ୍କ ‘ଭୁଲ ଭୁଲେୟା-୨’ ଓ ରଣବୀର କପୁରଙ୍କ ‘ଶମଶେରା’କୁ ପଛରେ ପକାଇଛି ।

Get real time updates directly on you device, subscribe now.