fbpx

କେତେ ଟଙ୍କା ଅଛି ଆପଣଙ୍କର ପିଏଫ୍ ଆକାଉଣ୍ଟରେ? ଗୋଟିଏ ମିସ୍ କଲ୍ କିମ୍ବା ମେସେଜ କରି ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କାଳରେ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି । ପରିସ୍ଥିତି ଏମିତି ହେଲା ଯେ, କିଛି ଲୋକ ନିଜର ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍)ରୁ ଟଙ୍କା ବାହାର କରିବାକୁ ପଡ଼ିଲା । ହେଲେ ଇତି ମଧ୍ୟରେ କିଛି ଲୋକଙ୍କୁ ସେମାନଙ୍କର ପିଏଫ୍ ସମ୍ପର୍କରେ ଅବଗତ ନାହାନ୍ତି । ଯେମିତିକି ପିଏଫ୍ ରେ କେତେ ଟଙ୍କା ଅଛି ଜାଣିବା ଇତ୍ୟାଦି । ତେବେ ଏହା ଜାଣିବା ପାଇଁ ଅନେକ ଉପାୟ ରହିଛି । ଯାହାକି ଇପିଏଫ୍ ର ଅଫିସିଆଲ୍ ୱେବସାଇଟ୍ ରେ ବିସ୍ତୃତ ଭାବରେ ଦିଆଯାଇଛି । କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ଗୋଟିଏ ମିସ୍ କଲରେ ସୂଚନା ପାଇଯିବା । ଇପିଏଫଓର ପାଖାପାଖି ୬ କୋଟି ଖାତାଧାରକ ରହିଛନ୍ତି ।
ପିଏଫ୍ ରେ କେତେ ଟଙ୍କା ସେ ସମ୍ପର୍କରେ ଯଦି ଆପଣ କେବଳ ଗୋଟିଏ ମିସ୍ କଲ୍ ରେ ଜାଣିବାକୁ ଚାହୁଁଛନ୍ତି ତେବେ ନିଜର ଆକାଉଣ୍ଟରେ ରେଜିଷ୍ଟର୍ କରିଥିବା ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ କୁ ମିସ୍ କଲ୍ କରନ୍ତୁ । ମିସ୍ କଲ୍ କରିବା ପରେ ପିଏଫ୍ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଆପଣ ଜାଣିପାରିବେ ।

ଏହା ବ୍ୟତୀତ ଆପଣ ମେସେଜ୍ କରି ପିଏଫ୍ ବାଲାନ୍ସ ଜାଣିପାରିବେ । କିନ୍ତୁ ଏହି ଦୁଇ ଉପାୟରେ ପିଏଫ୍ ବାଲାନ୍ସ ଜାଣିବା ପାଇଁ ଆପଣଙ୍କ ୟୁଏଏନ୍ ବା ୟୁନିଭର୍ସଲ ଆକାଉଣ୍ଟ ନମ୍ବର ଆକ୍ଟିଭ୍ ରହିବା ଜରୁରୀ । ତେବେ ଯଦି ଆପଣ ମେସେଜ୍ ଜରିଆରେ ପିଏଫ୍ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ EPFOHO UAN ଏବଂ ଭାଷାର କୋଡ୍ ଟାଇପ୍ କରି ୭୭୩୮୩୯୯୮୯୯ କୁ ପଠାଇବାକୁ ପଡ଼ିବ । ଏହି ସେବାର ଲାଭ ଆପର ହିନ୍ଦୀ, ଇଂରାଜୀ, ପଞ୍ଜାବୀ ସମେତ ୧୦ଟି ଭାଷାରେ ଉଠାଇପାରିବେ । ଉଦାହରଣସ୍ୱରୂପ ଯଦି ଆପଣ ହିନ୍ଦୀରେ ବାଲାନ୍ସ ଜାଣିବାକୁ ଚାହୁଁଥିଲେ EPFOHO UAN HIN ଟାଇପ୍ କରିବାକୁ ହେବ । ଆଉ ୟୁଏଏନ୍ ସ୍ଥାନରେ ଆପଣଙ୍କୁ ୟୁଏଏନ୍ ନମ୍ବର ଲେଖିବାକୁ ହେବ ।

ବିଭିନ୍ନ ଭାଷା ପାଇଁ ବିଭିନ୍ନ କୋଡ୍:
୧. ଇଂରାଜୀ ପାଇଁ କୌଣସି କୋଡ୍ ନାହିଁ
୨. ହିନ୍ଦୀ- HIN
୩. ପଞ୍ଜାବୀ – PUN
୪. ଗୁଜରାଟୀ – GUJ
୫. ମରାଠୀ – MAR
୬. କନ୍ନଡ – KAN
୭. ତେଲୁଗୁ – TEL
୮. ତାମିଲ୍ – TAM
୯. ମାଲାୟାଲମ୍ – MAL
୧୦. ବଙ୍ଗାଳୀ – BEN

 

Get real time updates directly on you device, subscribe now.