ଆପଣ WhatsAppରେ ପଠାଉଥିବା ଫଟୋ କେତେ ସୁରକ୍ଷିତ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…
WhatsAppର ପର୍ସନାଲ୍ ଚାଟ୍ରେ ପଠାଯାଉଥିବା ମେସେଜ୍, ଫଟୋ ଏବଂ ଭିଡିଓ ଡିଫଲ୍ଟ ଭାବେ End-to-End Encryption ଦ୍ୱାରା ସୁରକ୍ଷିତ ରହିଥାଏ।
ନୂଆଦିଲ୍ଲୀ: ଆଜି WhatsApp କେବଳ ଚାଟ୍ କରିବାର ମାଧ୍ୟମ ହୋଇ ରହିନାହିଁ। ଲୋକମାନେ ଏହା ଜରିଆରେ ଫଟୋ, ଡକ୍ୟୁମେଣ୍ଟ, ସ୍କ୍ରିନ୍ସଟ୍ ଏବଂ ଅନେକ ଜରୁରୀ ସୂଚନା ଓ ଫଟୋ ମଧ୍ୟ ଶେୟାର କରୁଛନ୍ତି।
ଏହା ସହିତ ଦେଶରେ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ଅନେକ ମାମଲାରେ ଠକମାନେ ହ୍ୱାଟ୍ସଆପ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଠକେଇ ପାଇଁ ବ୍ୟବହାର କରୁଛନ୍ତି।


