fbpx

ମଣିଷ ଅଧିକ ବର୍ଷ ବଞ୍ଚିବାର ଫର୍ମୂଲା କ’ଣ ଆପଣ ଜାଣିଛନ୍ତି କି? ଜାଣନ୍ତୁ ୫ଟି ରୁଲ୍

ପ୍ରତ୍ୟେକ ମଣିଷ ଅଧିକ ବର୍ଷ ବଞ୍ଚିବା ପାଇଁ ଚାହାଁନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ ସମବୟସ୍କର ଦୁଇଜଣ ଲୋକଙ୍କ ମଧ୍ୟରୁ ଜଣେ ୫୦ ବର୍ଷରେ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟ ଜଣେ ୭୦ ବର୍ଷ ପର୍ଯ୍ୟନ୍ତ ଆରାମରେ ବଞ୍ଚିଥାନ୍ତି । ଏହାପଛରେ ଅନେକ ରହସ୍ୟ ରହିଛି । ବିଭିନ୍ନ ଦିଗକୁ ଧ୍ୟାନ ଦେଇ ଜୀବନ ବିତାଇଲେ ଆମର ଶରୀର ଦୀର୍ଘଜୀବୀ ହୋଇଥାଏ । ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ସମ୍ପର୍କରେ, ଯାହା ଆମକୁ ଦୀର୍ଘଜୀବୀ କରାଇବାରେ ସହାୟକ ହୋଇଥାଏ ।

– ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସେପରି କୌଣସି ଫର୍ମୂଲା ନାହିଁ । ଏଥିପାଇଁ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯଦି ଆପଣ ମାଛ ଖାଉଥାନ୍ତି, ତେବେ ନଦୀ ବା ସମୁଦ୍ର ମାଛ ଖାଇବା ଶରୀର ପାଇଁ ହିତକର ହୋଇଥାଏ ।

– ମାଛ ମାଂସ ଖାଇବା ସମୟରେ ଏହାର ପରିମାଣ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କରିବା ସହ ପର୍ଯ୍ୟାପ୍ତ ମାତ୍ରାରେ ସେବନରୁ ନିବୃତ୍ତ ରୁହନ୍ତୁ । ବଡ଼ ମାଛ ଖଣ୍ଡ ନ ଖାଇବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

– ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆମର ବୟସ ବଢ଼ିବାରେ ସହାୟକ ହୋଇଥାଏ । ଅପରପକ୍ଷେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରୋଗ ସୃଷ୍ଟି ହେବା ସହ ଆୟୁଷ ହାନୀ ଘଟିଥାଏ ।

– ମସଲା ଓ ଜଡ଼ିବୁଟି ଜାତୀୟ ଦ୍ରବ୍ୟ ସେବନ କରିବା ଦ୍ୱାରା ଆମ ଶରୀର ପାଇଁ ଫାଇଦା ହୋଇଥାଏ । ଏଥିସହ ନିୟମିତ ଖାଦ୍ୟରେ ଲୁଣର ସେବନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମଯୁକ୍ତ ଖାଦ୍ୟ ସେବନ କରିବା ଉଚିତ ।

-ଭିଟାମିନ ବି-୧୨ କେବଳ ଶରୀରକୁ ଶକ୍ତି ପ୍ରଦାନ କରେ ନାହିଁ, ଏହା ଆମର ସ୍ନାୟୁଗତ ସମସ୍ୟାକୁ ଦୂର କରିଥାଏ । ଏହା ସୁସ୍ଥ ଲାଲ ରକ୍ତକଣିକା ସୃଷ୍ଟି କରିବା ସହ ହୃଦରୋଗ, ହଜମ କ୍ରିୟା ତଥା କର୍କଟ ଭଳି ଗୁରୁତର ରୋଗରୁ ରକ୍ଷା କରିଥାଏ । ଏତଦବ୍ୟତୀତ ଆମର ଓଜନ ଓ ଫିଜିକାଲ୍ ଫିଟନେଟ୍ ଆମର ଆୟୁଷକୁ ପ୍ରଭାବିତ କରିଥାଏ ।

Get real time updates directly on you device, subscribe now.