fbpx

ଘରେ କିପରି ଭାଙ୍ଗିବେ ହାତ ଗୋଡ: ଗୁଗୁଲରେ ଟ୍ରେଣ୍ଡ ହେଉଛି ଅଜବ ପ୍ରଶ୍ନ…

ଋଷ: ଗୁଗୁଲରେ ଆମେ ଅନେକ ଜିନିଷ ସର୍ଚ୍ଚ କରିଥାନ୍ତି । ପାଠପଢା ଠାରୁ ଆରମ୍ଭ କରି ଅନେକ ଅଜଣା କଥା ବିଷୟରେ ଆମେ ଗୁଗୁଲ ମାଧ୍ୟମରେ ହିଁ ଜାଣିପାରନ୍ତି । ତେବେ ବର୍ତ୍ତମାନ ଗୁଗୁଲରେ ଏକ ଅଜବ ପ୍ରଶ୍ନ ଟେଣ୍ଡ ହେଉଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।ଏହି ଅଜବ ପ୍ରଶ୍ନ ଋଷରେ ରହୁଥିବା ଲୋକମାନେ ସର୍ଚ୍ଚ କରୁଥିବା ଜଣା ପଡିଛି । ତେବେ ସେଠାକାର ଲୋକେ ଗୁଗୁଲକୁ ଅଦ୍ଭୁତ ପ୍ରଶ୍ନ ପଚାରୁଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଋଷବାସୀମାନେ ଗୁଗୁଲରେ କଣ ସର୍ଚ୍ଚ କରୁଛନ୍ତି , ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚ ହେଉଛି ।

ଗୁଗୁଲରେ ସର୍ଚ୍ଚ ହେଉଛି ଏହି ପ୍ରଶ୍ନ: ଯେବେଠାରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ଆରମ୍ଭ ହୋଇଛି ସେବେଠାରୁ
ଋଷବାସୀ ଭୟରେ ନିଜ ଜୀବନ ଅତିବାହିତ କରୁଛନ୍ତି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ପୁଟିନ ଆଉ ଏକ ଘୋଷଣା କରିଛନ୍ତି । ସେ ୟୁକ୍ରେନ ସହ ଯୁଦ୍ଧ କରିବା ପାଇଁ ପାଖାପାଖି ୩ ଲକ୍ଷ ସୈନିକ ଦଳ ପ୍ରେରଣ କରିବାକୁ ଘୋଷଣା କରିଛନ୍ତି । ଯାହା ଶୁଣିବା ପରେ ଋଷବାସୀଙ୍କ ହୋସ ଉଡିଯାଇଛି ଏବଂ ସେମାନେ ଦଶ ଛାଡିବା ସହ ଅଜବ ପ୍ରକାର କଥା ଗୁଗୁଲରେ ସର୍ଚ୍ଚ କରୁଛନ୍ତି ।

ତେବେ ଋଷର ସୈନମାନେ ଘରେ ରହି କିପରି ହାତ ଏବଂ ଗୋଡ ଭାଙ୍ଗି ହେବ ବୋଲି ଗୁଗୁଲରେ ସର୍ଚ୍ଚ କରୁଥିବା ଜଣା ପଡିଛି । ଯହା ଫଳରେ ସେମାନେ ଏହି ଯୁଦ୍ଧରେ ସାମିଲ ହୋଇପାରିବେ ନାହିଁ ।
ୱାସିଙ୍ଗଟନ ପୋଷ୍ଟୋର ରିପୋର୍ଟ ଅନୁଯାୟୀ ଋଷବାସୀମାନେ ଗୁଗୁଲରେ (‘how to leave Russia’ ‘how to break one leg’ and How to break an arm at home)ଆଦି ପ୍ରଶ୍ନ ସର୍ଚ୍ଚ କରୁଛନ୍ତି । କାରଣ ସେମାନେ ଏହି ଯୁଦ୍ଧରୁ ମୁକୁଳିବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.