fbpx

କଣ ଆପଣ ପେଟର ଚର୍ବିକୁ ନେଇ ଚିନ୍ତିତ କି? ତାହେଲେ ଆପଣାନ୍ତୁ ଏହି ୬ଟି ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ଅଫିସରେ ଲଗାତର ଭାବେ ବସି ରହିବା ଫଳରେ ଅବା ଖାଇବା ପିଇବା ସମୟରେ ଅନିୟମିତତା ଯୋଗୁଁ ପେଟର ଚର୍ବି ବଢ଼ିବା ଆରମ୍ଭ ହୋଇଯାଇଥାଏ । ଯାହାର ପ୍ରଭାବ ଆମ ପର୍ସିନାଲିଟି ଉପରେ ପଡିବା ସହିତ ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ଅସୁବିଧାର କାରଣ ପାଲଟିଥାଏ । ଏପରିକି ଶରୀରର ଅନ୍ୟ ସବୁ ଅଙ୍ଗରୁ ଚର୍ବି କମାଇବା ଠାରୁ ପେଟର ଚର୍ବି କମାଇବା ସବୁଠାରୁ କଷ୍ଟକର କାମ ହୋଇଥାଏ ।

କିପରି ବଢ଼ିଥାଏ ପେଟର ଚର୍ବି

ଠିକ୍ ସମୟରେ ନ ଖାଇବା, ଖାଇବା ପିଇବାରେ ଅନିୟମିତତା, ବ୍ୟାୟାମ ନ କରିବା, ମଦ ସେବନ କରିବା, ଥକାପଣ, ଚିନ୍ତା, ଖରପ ପାଚନ କ୍ରିୟା, ଶରୀରରେ ହରମୋନ୍ ରେ ଅନିୟମିତତା କାରଣରୁ ପେଟରେ ଚର୍ବି ବଢ଼ିବା ଆରମ୍ଭ ହୋଇଯାଇଥାଏ । ସେହିପରି ଛୁଆ ଜନ୍ମ କରିବା ପରେ ବି ମହିଳା ମାନଙ୍କର ପେଟ ଚର୍ବି ବଢ଼ିଥାଏ ।

କିପରି କମାଇବେ ପେଟ ଚର୍ବି

କାର୍ବୋହାଇଡ୍ରେଟ୍ସ ଯୁକ୍ତ ଖାଦ୍ୟର ସେବନ କରନ୍ତୁ । ଯେପରିକି ବ୍ରାଉନ୍ ରାଇସ୍, ଗହମ, ଡାର୍କ ବ୍ରେଡ୍ ଇତ୍ୟାଦିରେ ଭରପୁର କାର୍ବୋହାଇଡ୍ରେଟ ରହିଥାଏ । ଏହାଦ୍ୱାରା ମେଟାବୋଲିଜିମ୍ ବଢ଼ିଥାଏ ଏବଂ ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ଆପଣ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିପାରିବେ । ଆଉ ପେଟର ଚର୍ବି କମାଇପାରିବେ ।

ଭଲ ନିଦ୍ରା

ଭରପୁର ଏବଂ ଭଲ ନିଦ ଦ୍ୱାରା ମେଟାବୋଲିଜିମ୍ ବୁଷ୍ଟ ହୋଇଥାଏ । ଯଦ୍ୱାରା ବେଲି ଫ୍ୟାଟ୍ କମ୍ ହୋଇଥାଏ । କାରଣ ପୁରା ନିଦ୍ରାରେ ନ ଶୋଇଲେ ଶରୀରରେ ଷ୍ଟ୍ରେସ୍ ହରମୋନ୍ ରିଲିଜ୍ ହୋଇଥାଏ । ଏହାସହିତ ଶରୀରରେ ଚର୍ବି ବଢ଼ିଥାଏ । ଆଉ ଏହା ହିଁ ମୋଟାପଣର କାରଣ ହୋଇଥାଏ । ଏଥିପାଇଁ ଜରୁରୀ ହେଉଛି ନିୟମିତ ୮ ଘଣ୍ଟା ଶୋଇବା ।

ପର୍ଯ୍ୟାପ୍ତ ପରିମାଣ ପାଣି ପିଇବା

ତନ୍ଦରୁସ୍ତ ରହିବା ପାଇଁ ପେଟ ପୂରା ପାଣି ପିଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ । ଦୈନିକ ୧୦ରୁ ୧୨ ଗ୍ଲାସ୍ ପାଣି ପିଇବା ନିହାତି ଜରୁରୀ । ହେଲେ ଓଜନ କମାଇବା ପାଇଁ ବି ପାଣି ଖୁବ୍ ଆବଶ୍ୟକ । ପାଣିରେ କ୍ୟାଲୋରୀ ନଥାଏ । ଏଥିରେ ଏହାର ମାତ୍ରା ଖୁବ୍ କମ୍ । ଯଦ୍ୱାରା ଆପଣ ଅଧିକ କ୍ୟାଲୋରୀ ନେବାରୁ ବଞ୍ଚି ପାରିବେ । ଏହାସହ ଅଧିକ ପାଣିପିଇବା ଦ୍ୱାରା କ୍ୟାଲୋରୀ ଶରୀରରୁ କମ୍ ହୋଇଥାଏ । ଏହା ଛଡା ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଭୋକ ନିୟସ୍ତ୍ରଣରେ ରୁହେ ।

exercise

ଦୈନିକ କସରତ ଜରୁରୀ

ସେହିପରି ଓଜବ କମାଇବାରେ ବ୍ୟାୟାମ ଖୁବ୍ ଭଲ । ଏହାଦ୍ୱାରା ପେଟ ଚର୍ବି କମ୍ ହୋଇଥାଏ । ସ୍ପ୍ରିଣ୍ଟସ୍, ଜମ୍ପ ସ୍କ୍ୱାଟସ୍, ଋଷିଆନ୍ ଟ୍ୱିଷ୍ଟ୍, ଲେଗ୍ ଇନ୍ ଏବଂ ଆଉଟ୍ ଇତ୍ୟାଦି କରିବା ଦ୍ୱାରା ବେଲି ଫ୍ୟାଟ୍ କମ୍ କରଯାଇପାରିବ ।

walk

ପ୍ରତି ୩୦ ମିନିଟ୍ ରେ ଚାଲନ୍ତୁ

ଦିନସାରା ଅଫିସରେ ବସିବା ପରେ ମଧ୍ୟ ପେଟର ଚର୍ବି ବଢ଼ିବାକୁ ଲାଗିଥାଏ । ଏଥିପାଇଁ ଏହା ଆବଶ୍ୟକ ଆପଣ ପ୍ରତି ୨ ଘଣ୍ଟା ପରେ ୫ ମିନିଟ୍ ଚାଲନ୍ତୁ । ଏହା ବ୍ୟତୀତ, ସକାଳେ ୩୦ ମିନିଟ୍ ଏବଂ ରାତିରେ ଶୋଇବା ପୂର୍ବରୁ ୧୫ ମିନିଟ୍ ପାଇଁ ଚାଲନ୍ତୁ । ଓଜନ ହ୍ରାସ କରିବା ସହିତ ଏହା ପିଠି ଯନ୍ତ୍ରଣା ମଧ୍ୟ ଦୂର କରିଥାଏ ।

 

Get real time updates directly on you device, subscribe now.