fbpx

ପେଟ ସଂକ୍ରମଣକୁ କରନ୍ତୁ ଅଣଦେଖା: ନଚେତ୍ ଭୋଗିପାରନ୍ତି ଏହି ସମସ୍ୟା

ପେଟ ସଂକ୍ରମଣର ଅନେକ କାରଣ ରହିଛି । ଏହାର ଅନେକ ପ୍ରକାର ଲକ୍ଷଣ ମଧ୍ୟ ରହିଛି । କିଛି ସମସ୍ୟାର ଲକ୍ଷଣ ସମାନ ଥିଲେ ବି ରୋଗ ଏକା ନୁହେଁ, ଆଉ ଏହାର ପ୍ରତିକାର ବି ଅଲଗା । କିଛି ଲକ୍ଷଣ ଯୋଗୁଁ ଅନେକ ଲୋକ ଏହାକୁ ମଳକଣ୍ଟକ ବୋଲି ଭାବି ନିଅନ୍ତି । ଜାଣନ୍ତୁ କଣ ପ୍ରଭେଦ ରହିଛି ଏଇ ପେଟ ଜନିତ ସମସ୍ୟା ଗୁଡିକ ଭିତରେ ଓ କେମିତି କରିବେ ଏହାର ସଠିକ୍ ନିରାକରଣ ।

ପେଟ ଜୀବାଣୁ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାଦ୍ୱାରା ପେଟ ସଂକ୍ରମଣ ହୋଇଥାଏ । ଏହାଦ୍ୱାରା ପେଟ ଓ ଅନ୍ତ ଫୁଲିଯାଏ, ବାନ୍ତି, ଝାଡା ସାଙ୍ଗକୁ ପେଟ ଭୀଷଣ ବ୍ୟଥା ହୁଏ ।

ଅଧିକାଂଶ ଗୈଷ୍ଟୋଇଣ୍ଟେଷ୍ଟାଇନାଲ୍ ସଂକ୍ରମଣ ଓ ଜୀବାଣୁ ସଂକ୍ରମଣ ର ଭାଇରସ୍ ସାମାନ୍ୟ ହୋଇଥାଏ । ଏହି ସଂକ୍ରମଣକୁ ‘ଫୁଡ୍ ପୋଇଜିନିଙ୍ଗ୍’ ବି କୁହାଯାଏ ।

ଏମିତି କି ପରିଷ୍କାର ପରିଛନ୍ନରେ ହେଳା ବି ପେଟ ସଂକ୍ରମଣକୁ ନିମନ୍ତ୍ରଣ ଦେଇଥାଏ । ଯଦି ଆପଣ ବ୍ୟାକ୍ଟେରିୟା ହୋଇଯାଇଥିବା ମାଂସ, କିମ୍ବା ଦୂଷିତ ଜଳ ପିଉଛନ୍ତି କିମ୍ବା ତା ସଂପର୍କରେ ଆସୁଛନ୍ତି ତାହେଲେ ମଧ୍ୟ ସଂକ୍ରମଣ ହୋଇପାରେ ।

Get real time updates directly on you device, subscribe now.