fbpx

ଆପଣ ନିଜର ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁଛନ୍ତି କି: ଜାଣନ୍ତୁ କ’ଣ ଖାଇବେ ଆଉ କେଉଁ ତରିକା ଆପଣାଇବେ

ସାଧାରଣ ଭାବେ ମଣିଷର ଉଚ୍ଚତା ବଂଶାନୁକ୍ରମିକ ହୋଇଥାଏ । ପିତାମାତାଙ୍କ ଶାରୀରିକ ଗଠନ ସନ୍ତାନମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ଏହାଛଡ଼ା ଶରୀରର ଅଭିବୃଦ୍ଧି ଓ ବିକାଶ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଷକ ତତ୍ତ୍ୱର ମଧ୍ୟ ଆବଶ୍ୟକତା ରହିଥାଏ । ଏପରି ଅନେକ ଖାଦ୍ୟ ଅଛି ଯାହାକି ଆମର ହାଡ଼ ଓ ଗଣ୍ଠିକୁ ମଜବୁତ କରିବା ସହ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ ।

୧- ପେସ୍ତା ବାଦାମରେ ମହଜୁଦ ଥିବା ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ଏହାଛଡ଼ା ଏଥିରେ, ମାଙ୍ଗାନିଜ, ଫାଇବର ଓ ମାଗ୍ନେସିୟମ ରହିଥାଏ । ଏଥିସହ ଭିଟାମିନ-ଇ ରହିଛି, ଯାହା ଆଣ୍ଟିଅକ୍ସିଡେଣ୍ଟ ରୂପରେ ଦୁଇଗୁଣ ହୋଇଯାଇଥାଏ । ବାଦାମକୁ ଆ ଶରୀରରେ ହାଡ଼ର ସୁରକ୍ଷା ପାଇଁ ଏକ ଉତ୍ତମ ଖାଦ୍ୟ ଭାବେ ଗ୍ରହଣ କରାଯାଏ ।

୨- ବନ୍ଧାକୋବି ସହ ଅନ୍ୟ ପତ୍ରଜାତୀୟ ସବଜିରୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ-ସି, କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ-କେ ରହିଥାଏ । ଏହା ହାଡ଼ ସହ ଉଚ୍ଚତା ବୃଦ୍ଧି କରିଥାଏ ।

୩- ପୋଷକ ତତ୍ତ୍ୱ ସହ ପ୍ରୋଟିନରେ ଭରପୁର ଥିବା ଚିକେନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ ବି-୧୨ ଏକ ଜଳ ଦ୍ରବଣୀୟ ଭିଟାମିନ ହୋଇଥିବାରୁ ଏହା ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ ।

୪- ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ହାଡ଼ ସମସ୍ୟାକୁ ଦୂର କରିବା ପାଇଁ ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି । ନିୟମିତ ଅଣ୍ଡା ସେବନ ଦ୍ୱାରା ପିଲାମାନଙ୍କ ଉଚ୍ଚତାରେ ବୃଦ୍ଧି ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି ।

୫ – କନ୍ଦମୂଳ ଶରୀରରେ ହାଡ଼ର ସମସ୍ୟାକୁ ଦୂର କରିବା ସହ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ଏଥିରେ ଦ୍ରବଣୀୟ ଓ ଅଣଦ୍ରବଣୀୟ ଦୁଇପ୍ରକାର ଉପାଦାନ ରହିଥାଏ, ଯାହା ହଜମ କ୍ରିୟାକୁ ଠିକ୍ ରଖିବା ସହ ଶରୀରରେ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.