fbpx

ଦିନ ଆରମ୍ଭ କରନ୍ତୁ ବ୍ରେଡ୍ ସ୍ପ୍ରିଙ୍ଗ୍ ରୋଲରୁ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଛୁଟିଦିନ ମାନଙ୍କରେ ପ୍ରତ୍ୟେକ ଲୋକ କିଛି ଭଲ ଆଉ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆଉ ଏବେକାର ପରିସ୍ଥିତିରେ କୋଭିଡ୍ ସଂକ୍ରମଣ କାରଣରୁ ସମସ୍ତେ ଘରେ ବନ୍ଦ ହୋଇଯାଇଛନ୍ତି । ତେଣୁ ବିଭିନ୍ନ ଲୋକ ନୂଆ ନୂଆ ରେସିପି ଉପରେ ଏକ୍ସପେରିମେଣ୍ଟ କରନ୍ତି । ତେବେ ଆଜି ଆମକୁ ଏପରି ଏକ ଡିସ୍ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ସକାଳକୁ ଫ୍ରେସ୍ ବନାଇଦେବ । ତେବେ ଆଜି ଆମେ କହିବାକୁ ଯାଉଛୁ ବ୍ରେଡ୍ ସ୍ପ୍ରିଙ୍ଗ୍ ରୋଲ୍ ବିଷୟରେ । ଏହାକୁ ତିଆରି କରିବା ଖୁବ୍ ସହଜ ଏବଂ ଏହାକୁ ତିଆରି କରିବାକୁ ବେଶି ସମୟ ମଧ୍ୟ ଲାଗେନି । ତେବେ ଚାଲନ୍ତୁ ଜାଣିବା ଏହାକୁ ତିଆରି କରିବାର ପ୍ରଣାଳୀ ।

ସାମଗ୍ରୀ:

୬ଟି ବ୍ରେଡ୍ ପିସ୍, ଛୋଟ ଛୋଟ ସେପ୍ ରେ କାଟି ଗୋଟିଏ ଫୁଲ୍ କପ୍ ରେ ପତ୍ର କୋବି, ଗୋଟିଏ କପ୍ ଭଲ ଭାବରେ କଟା ହୋଇଥିବା ଗାଜର, ଶିମଲା ମିର୍ଚ, ରସୁଣ ୨ ରୁ ୩ ଟି, ରସୁଣ ପେଷ୍ଟ ଅଧଚାମଚ, ପିଆଜ ଗୋଟିଏ କପ୍, ୨ ଟି ବଡ ଚାମଚ ପନୀର, ଲୁଣ ସ୍ୱାଦ ଅନୁସାରେ, ଛାଣିବା ପାଇଁ ତେଲ, ଗୋଟିଏ ଛୋଟ ଚାମଚ ସୋୟା ସସ୍ ।

କିପରି ପ୍ରସ୍ତୁତ କରିବେ:

ପ୍ୟାନ୍ ରେ ତେଲ ଗରମ କରିଦିଅନ୍ତୁ । ସେଥିରେ ରସୁଣ ପେଷ୍ଟ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଏହାପରେ ଛୋଟ ଛୋଟ ସେପ୍ ରେ କଟାଯାଇଥିବା ପତ୍ରକୋବି, ଗାଜର ଏବଂ ପନୀର ଆଦିକୁ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ । ସେଥିରେ ଲୁଣ, ସୋୟା ସସ୍ ଏବଂ ୨ରୁ ୩ ଟି ରସୁଣକୁ ଛୋଟ ଛୋଟ କରି କାଟି ପକାଇ ଦିଅନ୍ତୁ । ଭଲ ଭାବରେ ତିଆରି ହେବା ପରେ ଆଉ ଗୋଟିଏ ପାତ୍ରକୁ କାଢ଼ି ଥଣ୍ଡା କରନ୍ତୁ । ଏବେ ବ୍ରେଡ୍ କୁ କାଟି ଅଳ୍ପ ଟିକେ ଗରମ କରିଦିଅନ୍ତୁ । ଏହାପରେ ବ୍ରେଡ୍ କୁ ଟିକେ ଓଦା କରି ଗୋଲ ଗୋଲ କରି ସେଥିରେ ଭାଜି ଥିବା ପନିପରିବାକୁ ଭରି ବନ୍ଦ କରିଦିଅନ୍ତୁ । ଆପଣ ମାନେ ଏହାକୁ ଅନ୍ୟ କୌଣସି ସେପ୍ ରେ ମଧ୍ୟ ତିଆରି କରିପାରିବେ । ପନିପରିବା ଭରିବା ପରେ ତାକୁ ତେଲରେ ଅଳ୍ପ ଛାଣି ଦିଅନ୍ତୁ । ଏହାପରେ ଆପରଙ୍କ ବ୍ରେଡ୍ ସ୍ପ୍ରିଙ୍ଗ ରୋଲ୍ ପ୍ରସ୍ତୁତ ହୋଇଯିବ । ଆପଣ ମାନେ ସେଥିରେ ଯେକୌଣସି ଚଟଣୀ ଲଗାଇ ଖାଆନ୍ତୁ ।

Get real time updates directly on you device, subscribe now.