fbpx

ମାଡ଼ି ଆସିଲାଣି ଅସହ୍ୟ ତାତି, ଆସନ୍ତୁ ଜାଣିବା ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବେ କିପରି?

ରାଜ୍ୟରେ ବର୍ତ୍ତମାନ ତାତି ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରୁଛି । ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳୁଛି । ଏହି ଗରମରେ ଅନେକ ଲୋକ ଅଂଶୁଘାତର ଶିକାର ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ଗରମ ଦିନରେ କିପରି ସତର୍କତା ଅବଲମ୍ବନ କରିବା ଦରକାର ।

– ଖରାଦିନ ସର୍ବଦା ପ୍ରଚୁର ପାଣି ପିଅନ୍ତୁ । ଏହାଛଡ଼ା ଲେମ୍ବୁ ପାଣି, ଘୋଳଦହି, ଲସି ଆଦି ପାନୀୟ ସେବନ କରନ୍ତୁ । ଅଯଥାରେ ବାହାରକୁ ବାହାରନ୍ତୁ ନାହିଁ ଓ ଢିଲା ପୋଷାକ ପରିଧାନ କରନ୍ତୁ ।

– ପରିବାର ସଦସ୍ୟ ଯଥା ଶିଶୁ ଓ ବୟସ୍କମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ । ନିହାତି ଜରୁରୀ ହେଲେ ପାଦରେ ଜୋତା ପିନ୍ଧିବା ସହ ମୁଣ୍ଡରେ ଓଦା କପଡ଼ା ନେବାକୁ ଭୁଲନ୍ତୁ ନାହିଁ ।

– ଯଦି କେହି ଅଂଶୁଘାତର ଶିକାର ହୁଅନ୍ତି ବା ସାମାନ୍ୟ ଅସୁସ୍ଥ ଅନୁଭବ କରନ୍ତି ତେବେ ତାଙ୍କୁ ଏକଥରକେ ପ୍ରଚୁର ପାଣି ପିଇବାକୁ ନଦେଇ ଅଧଘଣ୍ଟାରେ ଥରେ ଲେଖାଏଁ ପାଣି ପିଇବାକୁ ଦିଅନ୍ତୁ ।

– ଅସୁସ୍ଥ ବ୍ୟକ୍ତିଙ୍କ ଶରୀରର ଉତ୍ତାପକୁ ହ୍ରାସ କରିବା ପାଇଁ ତାଙ୍କୁ ଛାଇ ବା ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ । ତୋରାଣି, ଲେମ୍ବୁ ପାଣି, ଦହି ଆଦି ପିଇବାକୁ ଦେଇ ଶରୀରର ଜଳର ପରିମାଣକୁ ଠିକ୍ ରଖିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.