ଧଳା ହେଉ କି ଗାଢା ରଙ୍ଗ…ଚୁଟକିରେ କେଶ, ମୁହଁ ଓ ନଖରୁ ଛାଡ଼ିବ ହୋଲି ରଙ୍ଗ, ଆପଣାନ୍ତୁ ଏହି ସରଳ ଘରୋଇ ଟିପ୍ସ
ଧଳା ହେଉ କି ଗାଢା ରଙ୍ଗ...ଚୁଟକିରେ କେଶ, ମୁହଁ ଓ ନଖରୁ ଛାଡ଼ିବ ହୋଲି ରଙ୍ଗ
How to remove holi color: ଆସନ୍ତାକାଲି ହେଉଛି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଆଜିର ଯୁବପିଢ଼ି। ତେବେ କେବଳ ଯୁବଗୋଷ୍ଠୀ ନୁହେଁ ବରଂ ହୋଲିର ରଙ୍ଗରେ ରଙ୍ଗେଇ ହବାକୁ ଚାହିଁଥାନ୍ତି ସମସ୍ତେ। କିଛି ଜଣକୁ ହୁଏତ ଏହି ରଙ୍ଗ ପସନ୍ଦ ଆସେନି। ଖାସ କରି ଯେଉଁମାନେ ନିଜ ସ୍କିନକୁ ନେଇ ବେଶି ପ୍ରୋଟେକ୍ଟ ଥାନ୍ତି। ତେବେ ସ୍କିନ ସମସ୍ୟାକୁ ଦୂର କରିବା ପାଇଁ ଏବେ ହର୍ବାଲ କଲର ବ୍ୟବହାର କରାଯାଉଛି।
ଏହାବ୍ୟତିତ ହୋଲିରେ କିଛି ଜଣ କେମିକାଲ ରଙ୍ଗ ସହ ଗୁଲାଲକୁ ବ୍ୟବହାର କରିଥାନ୍ତି। ତେବେ ମାର୍କେଟରେ ଅନେକ ଜିନିଷ ଭେଜାଲ ମଧ୍ୟ ମିଳୁଛି। ତେବେ ଏହା ଯଦି ମୁହଁ, କେଶ, କିମ୍ବା ନଖରେ ଲାଗିଯାଏ। ତେବେ କଥା ସରିଲା। ସେହି ସମୟରେ ଏହାକୁ ଛଡାଇବା କଷ୍ଟ ହୋଇଯାଏ।
କିଛି ଜଣଙ୍କ ମୁହଁରୁ ରଙ୍ଗ ଛାଡ଼ିଯାଏ ସତ କିନ୍ତୁ କେଶ ଓ ନଖରୁ ରଙ୍ଗ ବାହାରେ ନାହିଁ। ଯଦି ସେମାନେ କୌଣସି କେମିକାଲ ସାମ୍ପୁ ବ୍ୟବହାର କରନ୍ତି ତେବେ କେଶ ସହ ସ୍କିନ ର ଅବସ୍ଥା ଖରାପ ହେବାର ସମ୍ଭାବନା ରହିଥାଏ। ଯଦି ଆପଣ ବି ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି ତେବେ ବେଶି କିଛି ଭାବନ୍ତୁ ନାହିଁ। ଜାଣି ନିଅନ୍ତୁ ଏଥିପାଇଁ ସହଜ ଓ ସରଳ ଉପାୟ।
ତ୍ୱଚାରୁ ରଙ୍ଗ ବାହାର କରିବା ପାଇଁ ସ୍କ୍ରବ କରିବା ନିହାତି ଜରୁରୀ, ଯଦି ଆପଣ ଏହା ଭାବୁଛନ୍ତି, ତେବେ ଏମିତି ଭୁଲ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ସ୍କିନରେ ରଙ୍ଗ ଲିଭିଗଲେ ବି ସ୍କିନକୁ ବହୁତ ଖରାପ ପ୍ରଭାବ ପଡ଼ିଥାଏ। ଏହି ସମୟରେ ଯଦି ବି ଆପଣ ସ୍କିନରୁ ରଙ୍ଗ ବାହାର କରିବା ପାଇଁ ଚାହୁଁଛନ୍ତି ତେବେ ତ୍ୱଚାରେ ଟିକେ ତେଲ ମାଲିସ କରିନିଅନ୍ତୁ। ଏହାଦ୍ୱାରା ତ୍ୱଚାରୁ ରଙ୍ଗ ଆରାମରେ ବାହାରିଯିବ। ତେଣୁ ଭୁଲରେ ବି ସ୍କିନକୁ ରଗଡ଼ନ୍ତୁ ନାହିଁ।
1- ହୋଲି ଖେଳିବା ପୂର୍ବରୁ ତେଲ ବ୍ୟବହାର କରନ୍ତୁ
ରଙ୍ଗ ଦୂର କରିବା ପାଇଁ, ପ୍ରଥମେ ମୁହଁ ଏବଂ ଶରୀରରେ ନଡ଼ିଆ ତେଲ କିମ୍ବା ଅଲିଭ ଅଏଲ ଲଗାନ୍ତୁ। ଟ୍ୟାନ ସମସ୍ୟାରୁ ମୁକ୍ତି ପାଇଁ ସନସ୍କ୍ରିନ ବି ଲଗାଇପାରିବେ। ତେଲ ତ୍ୱଚାର ପୃଷ୍ଠରୁ ରଙ୍ଗକୁ ଢିଲା କରିଦିଏ। ତେଲକୁ ଲଗାଇ 5-10 ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ତା’ପରେ ତୁଳା ସାହାଯ୍ୟରେ ପୋଛି ଦିଅନ୍ତୁ। ଏହା ଦ୍ବାରା ଅଧିକାଂଶ ରଙ୍ଗ ଛାଡ଼ିଯିବ।
ଉବଟନର ଯାଦୁ (ବେସନ ଏବଂ ଦହି)
ଦୁଇ ଚାମଚ ବେସନ ଅଳ୍ପ ଦହି ଏବଂ ଲେମ୍ବୁ ରସ ସହିତ ମିଶ୍ରଣ କରନ୍ତୁ। ଏହି ପେଷ୍ଟକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଏବଂ ଶୁଖିବାକୁ ଦିଅନ୍ତୁ। ଏହା ଅଳ୍ପ ଶୁଖିଗଲା ପରେ, ଧୀରେ ଘଷି ଏହାକୁ ଧୋଇ ଦିଅନ୍ତୁ। ବେସନ ଚର୍ମକୁ ସଫା କରେ, ଏବଂ ଦହି ଆର୍ଦ୍ରତା ଫେରାଇ ଆଣେ।
ଗାଢା ରଙ୍ଗ ପାଇଁ ଲେମ୍ବୁ ଏବଂ ମହୁ
ଯଦି ରଙ୍ଗ ବହୁତ ଗାଢା ଥାଏ, ତେବେ ଲେମ୍ବୁ ରସ ବ୍ୟବହାର କରନ୍ତୁ। ଲେମ୍ବୁରେ ପ୍ରାକୃତିକ ବ୍ଲିଚିଂ ଏଜେଣ୍ଟ ଥାଏ। ତଥାପି, ସିଧାସଳଖ ଲେମ୍ବୁ ଲଗାନ୍ତୁ ନାହିଁ; ଚର୍ମର ଜ୍ୱଳନକୁ ଏଡାଇବା ପାଇଁ ଏହାକୁ ମହୁ ସହିତ ମିଶାନ୍ତୁ। 15 ମିନିଟ୍ ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।
ଥଣ୍ଡା ପାଣି ବ୍ୟବହାର କରନ୍ତୁ
ଲୋକମାନେ ପ୍ରାୟତଃ ଭାବନ୍ତି ଯେ ଗରମ ପାଣି ଶୀଘ୍ର ରଙ୍ଗ ହଟାଇବ, କିନ୍ତୁ ଏହା ସତ୍ୟ ନୁହେଁ। ଗରମ ପାଣି ଚର୍ମରେ ରଙ୍ଗକୁ ଆହୁରି ସ୍ଥିର କରେ। ସର୍ବଦା ଥଣ୍ଡା କିମ୍ବା ଉଷୁମ ପାଣି ବ୍ୟବହାର କରନ୍ତୁ।
-ହୋଲି ଖେଳିବା ପରେ ଭଲ ସାମ୍ପୁରେ ହେୟାରଓ୍ଵାସ କରନ୍ତୁ। ୨ ଥର ସାମ୍ପୁ କରନ୍ତୁ। ଏହାପରେ ହେୟାର ସିରମ ୟୁଜ କରନ୍ତୁ। ଏହାଦ୍ୱାରା ହେୟାର ହାଇଡ୍ରେଟ ରହିବ। ଏହା ଖରା ଓ ଡ୍ରାଏନେସକୁ କମାଇଦିଏ।
-ନଖରୁ ହୋଲି ରାଙ୍ଗ ହଟାଇବା ପାଇଁ ସବୁଠୁ ଭଲ ଉପାୟ ହେଉଛି ଆପଣ ଟ୍ରାନ୍ସପରେଣ୍ଟ ନେଲପଲିସ୍ ଲଗାନ୍ତୁ। ଯାହାକୁ ଆପଣ ହୋଲି ପରେ ରିମୁଭରରେ ବାହାର କରିପାରିବେ। ଏହାବ୍ୟତିତ ଆପଣ ଅଳ୍ପ ଉଷୁମ ପାଣିରେ ବାଦାମ ତେଲ କିମ୍ବା ସିରକା ମିଶାଇ ନଖକୁ ବୁଡାଇ ରଖନ୍ତୁ । ଏହାଦ୍ୱାରା ରଙ୍ଗ ବାହାରିଯାଏ।
ଶେଷରେ ହୋଲି ରଙ୍ଗରେ ବେଶି ଜ୍ୱଳନ ବା କୁଣ୍ଡେଇବା ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ରଙ୍ଗ ହଟାଇବା ପରେ କ’ଣ କରିବେ? (ହୋଲି ପରେ ଯତ୍ନ)
ରଙ୍ଗ ହଟାଇବା ପରେ ଚର୍ମ ବହୁତ ଶୁଷ୍କ ହୋଇଯାଏ। ଏକ ଭଲ ଗୁଣବତ୍ତାର ମଇଶ୍ଚରାଇଜର କିମ୍ବା ଆଲୋଭେରା ଜେଲ୍ ନିଶ୍ଚିତ ଲଗାନ୍ତୁ। ହୋଲି ପରେ ତୁରନ୍ତ ଫେସିଆଲ୍, ବ୍ଲିଚିଂ କିମ୍ବା ୱାକ୍ସିଂ କରିବାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ଚର୍ମକୁ ସୁସ୍ଥ ହେବା ପାଇଁ ଅତି କମରେ 2-3 ଦିନ ସମୟ ଦିଅନ୍ତୁ। ରଙ୍ଗ ହଟାଇବା ପରେ ଚର୍ମ ସମ୍ବେଦନଶୀଳ ହୋଇଯାଏ, ତେଣୁ ସୂର୍ଯ୍ୟକିରଣରେ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ୍ ଲଗାଇ ଯାଆନ୍ତୁ।
