fbpx

ପ୍ରତ୍ୟେକ ଦିନ ସେବନ କରନ୍ତୁ ଏହି ୩ ପ୍ରାକାର ଜୁସ୍; କିଡନୀ ରୋଗରୁ ମିଳିବ ମୁକ୍ତି

କିଡନୀ ହେଉଛି ଆମ ଶରୀରର ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ । ଯାହାକି ୟୁରିନ୍ ମାଧ୍ୟରେ ଆମ ଶରୀରରୁ ବର୍ଜ୍ୟବସ୍ତୁୁ ବାହାର କରି ଆମ ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଯେତେବେଳେ କିଡନୀରେ ସମସ୍ୟା ସୃଷ୍ଟି ହୁଏ, ଏହା ବହୁତ ଯନ୍ତ୍ରଣା ଦେଇଥାଏ । ଏଥିସହିତ ଶରୀରରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦିଏ । ତଣୁ ଏହାକୁ ସୁସ୍ଥ ରଖିବା ନିତ୍ୟାନ୍ତ ଜରୁରୀ । ତେବେ ଏପରି କିଛି ଜୁସ୍ ଅଛି ଯାହାକୁ ସେବନ କରିବା ଦ୍ୱାରା କିଡନୀ ଜନିତ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୩ ଟି ଜୁସ୍ ବିଷୟରେ…

ଟମାଟୋ ଜୁସ୍: କିଡନୀ ରୋଗ ପାଇଁ ଟମାଟୋ ରସ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହି ପରିସ୍ଥିତିରେ, ଦୁଇଟି ଟମାଟୋକୁ ଭଲ ଭାବରେ ଧୋଇ ଗ୍ରାଇଣ୍ଡ୍ କରନ୍ତୁ । ସେଥିରେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ମିଶାଇଏହାକୁ ଖାଆନ୍ତୁ । ଏପରି କିଛି ଦିନ ସେବନ କରିବା ଦ୍ୱାରା ଏହା କିଡନୀ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଲେମ୍ବୁ ରସ: ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ । ଯାହାକି କିଡନୀ ଜନିତ ସମସ୍ୟା ପାଇଁ ବହୁତ ଉପେଯାଗୀ । ତେବେ ଆପଣଙ୍କର କିଡନୀ ଜନିତ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ଲେମ୍ବୁ ରସ ସେବନ କରନ୍ତୁ । ତେବେ ଏକ ପାତ୍ରରେ ଦହି ନେଇ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ, ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାନ୍ତୁ ଏବଂ ମିଶ୍ରଣକୁ ଭଲ ଭାବରେ ଗୋଳାନ୍ତୁ ଏବଂ ଏହାକୁ ଖାଆନ୍ତୁ । ଏହା କରିବା ଦ୍ୱାରା ଆପଣ କିଡନୀ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ ।

ତୁଳସୀ ରସ: ତୁଳସୀରୁ ପ୍ରସ୍ତୁତ ରସ କିଡନୀ ପଥରର ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ତେଣୁ ଆପଣଙ୍କର କିଡନୀ ଜନିତ ସମସ୍ୟା ଥିଲେ ତୁଳସୀ ପତ୍ରର ରସ ବାହାର କରି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ ଏବଂ ଏହାକୁ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ସେବନ କରନ୍ତି । ଏହିପରି କିଛି ଦିନ କରିବା ଦ୍ୱାରା କିଡନୀ ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.