fbpx

ଭାତୁଡ଼ି ପାଇଁ ଚିନ୍ତିତ କି? ତେବେ ତାକୁ ହଟାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଭାତୁଡ଼ି ଶରୀରକୁ ଅସୁନ୍ଦର କରିଥାଏ, ଫଳରେ ଏହାକୁ ହଟାଇବା ପାଇଁ ଲୋକେ ଅନେକ ଉପଚାର କରିଥାଆନ୍ତି। ତେବେ ଆସନ୍ତୁ ଜାଣିବା ଭାତୁଡ଼ି ସମସ୍ୟାରୁ ମୁକ୍ତି ପାଇବାର କିଛିଟା ଘରୋଇ ଉପାୟ

– ଭାତୁଡ଼ି ହୋଇଥିବା ସ୍ଥାନରେ ଲେମ୍ବୁରସ ଲଗାଇଲେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

– ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଘଷନ୍ତୁ।

– ତ୍ୱଚା ସମସ୍ୟା ପାଇଁ ବେକିଂ ସୋଡ଼ାର ବ୍ୟବହାର ଖୁବ୍‌ ଲାଭଦାୟକ। ଜଡ଼ାତେଲରେ ବେକିଂ ସୋଡ଼ା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ।

– ଭାତୁଡ଼ି ହଟାଇବା ପାଇଁ ଆଳୁରସ ଏକ ଭଲ ବିକଳ୍ପ। ରାତିସାରା ଆଳୁରସକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାଇ ଶୁଅନ୍ତୁ। ସକାଳୁ ଉଠି ଭଲ ଭାବରେ ଧୋଇଦିଅନ୍ତୁ। ଖୁବ୍‌ଶୀଘ୍ର ସୁଫଳ ମିଳିବ।

Get real time updates directly on you device, subscribe now.