Home Loan: ୫୦ ଲକ୍ଷ ଲୋନ ଉପରେ ସଞ୍ଚୟ କରନ୍ତୁ ୧୮ ଲକ୍ଷ, ବ୍ୟାଙ୍କବାଲା ବି ହୋଇଯିବେ କାବା! ଜାଣନ୍ତୁ ସହଜ ଟ୍ରିକ୍

୫୦ ଲକ୍ଷ ହୋମ୍ ଲୋନ ଉପରେ ୧୮ ଲକ୍ଷ କେମିତି ସଂଚୟ କରିବେ? ଜାଣନ୍ତୁ ଟ୍ରିକ...

ନୂଆଦିଲ୍ଲୀ: ଘର ପାଇଁ ଋଣ ନେବା ଯେତିକି ସୁନ୍ଦର, ଏହାକୁ ପରିଶୋଧ କରିବା ଏକ କାଠିକର ପାଠ ହୋଇଯାଏ ।  ୨୦-୨୫ ବର୍ଷ ପର୍ଯ୍ୟନ୍ତ ନିଜ ଦରମାରୁ ଇଏମଆଇ କଟିବା, ଗୋଟେ ମଣିଷକୁ ଚିନ୍ତାରେ ପକାଇଦିଏ । କିନ୍ତୁ ଯଦି ଆପଣ ଟିକିଏ ସରଳ ଉପାୟ ଅପଣାନ୍ତି ତେବେ ଲକ୍ଷ ଲକ୍ଷ ଟଙ୍କା ଋଣ ଦେବାରୁ ଆପଣ ରକ୍ଷା ପାଇପାରନ୍ତେ ।  ଏଥିପାଇଁ କୌଣସି ଏକ ଛୋଟ ପ୍ରିପେମେଣ୍ଟ ଟ୍ରିକ୍ ଆପଣଙ୍କୁ ବହୁତ ସାହାଯ୍ୟ କରିପାରେ ।

ମନେକର ଆପଣ ୨୫ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ଦରରେ ୫୦ ଲକ୍ଷ ଟଙ୍କାର ହୋମ ଲୋନ ନେଉଛନ୍ତି । ଏହି ଲୋନ ଉପରେ ଆପଣଙ୍କ ଇଏମଆଇ ପାଖାପାଖି ୪୦,୨୬୧ ଟଙ୍କା ରହିଛି । ୨୫ ବର୍ଷରେ ଆପଣ ବ୍ୟାଙ୍କକୁ ହାରାହାରି ୧.୨୧ କୋଟି ଟଙ୍କା ପରିଶୋଧ କରିବେ, ଯେଉଁଥିରେ ୭୦.୭୮ ଲକ୍ଷ ଟଙ୍କା କେବଳ ସୁଧ । ଅର୍ଥାତ ଏଠାରେ ମୂଳଧନଠାରୁ ଋଣ ପାଖାପାଖି ୨୧ ଲକ୍ଷ ଟଙ୍କାରୁ ଅଧିକ ରହିଛି । ଏହି ପରିସ୍ଥିତିରେ ଲୋକେ ଅଧିକ ବିଚଳିତ ହୋଇପଡନ୍ତି ।

କ’ଣ କରିବେ: ଲୋନ୍‌ର ପ୍ରଥମ ବର୍ଷରେ ଆପଣଙ୍କ ଇଏମଆଇର ବଡ଼ ଅଂଶ ସୁଧରେ ଚାଲିଯାଏ, ଏଥିରେ ମୂଳଧନ ଧିରେ ଧିରେ କମିଯାଏ । ଏଥିରେ ଯଦି ଆପଣ ଦ୍ୱିତୀୟ ବର୍ଷରୁ ପ୍ରତି ବର୍ଷ କେବଳ ଅଧିକ ଇଏମଆଇ ଆଗୁଆ ପରିଶୋଧ କରନ୍ତି, ତେବେ ଚମତ୍କାର ଦେଖିବାକୁ ମିଳିଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ ଫେବୃଆରୀ ୨୦୨୬ରୁ ପ୍ରତିବର୍ଷ ୪୦,୨୬୧ ଟଙ୍କା ଏକ୍ସଟ୍ରା ଜମା କରନ୍ତି, ତେବେ ଆପଣଙ୍କ ଲୋନ ୨୫ ବର୍ଷ ପରିବର୍ତ୍ତେ  ୧୯ ବର୍ଷ ୭ ମାସରେ ହିଁ ଶେଷ ହୋଇପାରେ ।

ଆପଣ ହେବେ ଲାଭବାନ: ଏହି ଛୋଟ ରଣନୀତିରେ ଆପଣ ହାରାହରି ୬୫ ମାସ ଅର୍ଥାତ ୫ ବର୍ଷ ୫ ମାସ ପୂର୍ବରୁ ଋଣରୁ ମୁକ୍ତି ପାଇପାରିବେ । ଏଥିସହ ଏଥିରେ ଆପଣଙ୍କୁ ୧୮.୩୧ ଲକ୍ଷ ଟଙ୍କାର ସୁଧ ସଂଚୟ କରିବାର ସୁଯୋଗ ମିଳିବ । ଅର୍ଥାତ ଯେଉଁ ଟଙ୍କା ବ୍ୟାଙ୍କକୁ ଯାଇଥାଆନ୍ତା, ତାହା ଆପଣଙ୍କ ଆକାଉଣ୍ଟରେ ସଂଚୟ ହୋଇ ରହିବ ।

ଏକ୍ସପର୍ଟ କହୁଛନ୍ତି ଏହି କଥା: ଫାଇନାନ୍ସ ଏକ୍ସପର୍ଟସ୍‌ଙ୍କ କହିବା ମୁତାବକ, ହୋମ ଲୋନ ପ୍ରିମେଣ୍ଟର ସବୁଠୁ ସଠିକ୍ ସମୟ ଆରମ୍ଭ ବର୍ଷରୁ ହୋଇଥାଏ । ବୋନୋସ, ଦରମା ଇଂକ୍ରିମେଣ୍ଟ ଅର୍ଥାତ ଟ୍ୟାକ୍ସ ରିଫଣ୍ଡ ଭଳି ମୂଲ୍ୟର ବ୍ୟବହାର ଯଦି ପ୍ରିପେଣ୍ଟ ରେ କରାଯାଏ, ତେବେ ସୁଧ ଉପରେ ଜବରଦସ୍ତ କଣ୍ଟ୍ରୋଲ ମିଳିଯାଇପାରେ । ଏହା ବି ଆପଣଙ୍କ ପାଇଁ ଆବଶ୍ୟକ ଯେ, ପ୍ରିପେମେଣ୍ଟ ପୂର୍ବରୁ ଆପଣ ନିଜ ଇମରଜେନ୍ସି ଫଣ୍ଡ, ଇନସ୍ୟୁରାନ୍ସ ଏବଂ ଜରୁରୀ ନିବେଶଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ ।