fbpx

ମାତ୍ର ୨୦-୨୫ ବର୍ଷ ବୟସରେ ଆପଣଙ୍କର ଚୁଟି ଧଳା ହୋଇଗଲା: ନୋ ଟେନସନ୍, ଜାଣନ୍ତୁ ଏହିସବୁ ଦମଦାର ଟିକ୍ସ

ଆଜିକାଲିର ଯୁବପୀଢ଼ିଙ୍କ ଠାରେ ବିଭିନ୍ନ ପ୍ରକାରର ଅକାଳ ସମସ୍ୟା ଦେଖାଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ବୟସ ପୂର୍ବରୁ ମୁଣ୍ଡର ଚୁଟି ଧଳା ପଡ଼ିଯିବା । ଏପରି ଅବସ୍ଥାରେ ପୁଅ, ଝିଅମାନେ ବୁଢ଼ା, ବୁଢ଼ୀ ପରି ଦେଖାଯାଆନ୍ତି । ଫଳରେ ସେମାନେ ମାନସିକ ଭାବେ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହିବାକୁ ବାଧ୍ୟ ହୁଅନ୍ତି । ଅନେକ ଏହାର ପ୍ରତିକାର ପାଇଁ କେମିକାଲ ଯୁକ୍ତ ହେୟାର ଡାଇ କରିଥାନ୍ତି । ମାତ୍ର ଫଳ ଓଲଟା ମିଳିଥାଏ, କାରଣ ଏହାର ପ୍ରୟୋଗ ଫଳରେ ବାଳ ରୁକ୍ଷ ହୋଇଯାଇଥାଏ ।

ଯଦି ଆପଣଙ୍କ ମୁଣ୍ଡରେ ପ୍ରଥମ ଥର ପାଇଁ ଧଳା ଚୁଟି ଦେଖୁଛନ୍ତି ତେବେ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ସମସ୍ୟାର ମୁକ୍ତି ପାଇବାକୁ ହେଲେ ପ୍ରଥମେ ଏହାର କାରଣ ଖୋଜିବାକୁ ପଡ଼ିବ । ସାଧାରଣ ଭାବେ ଆମେମାନେ ଦୈନିକ ଜୀବନରେ କିଛି ଖରାପ ଅଭ୍ୟାସକୁ ଆପଣାଇଥାଉ । ତେଣୁ ଆମକୁ ଏପରି ଖରାପ ପରିସ୍ଥିତି ଦେଖିବାକୁ ମିଳିଥାଏ ।

ଆପଣମାନେ ଜଙ୍କ, ତେଲିଆ, ଫାଷ୍ଟ, ଷ୍ଟ୍ରିଟ ଖାଦ୍ୟକୁ ଆଭଏଡ୍ କରନ୍ତୁ । ଏହା ପାଟିକୁ ସୁଆଦିଆ ହେଲେ ହେଁ ଅନ୍ତ, କିଡନୀ, ଲିଭରକୁ କ୍ଷତି ପହଞ୍ଚାଇଥାଏ । ଯଦି ଆପଣଙ୍କର ପେଟ ସୁସ୍ଥ ନ ରହିବ ତେବେ ଏହାର ଖରାପ ପ୍ରଭାବ ବାଳ ଉପରେ ପଡ଼ିବ । ଏହା ବଦଳରେ ଆପଣମାନେ ପ୍ରୋଟିନ, ଭିଟାମିନ, କ୍ୟାଲସିୟମ, ଜଙ୍କ, ଆଇରନ, କପର ଆଦି ଭରପୁର ମାତ୍ରାରେ ଥିବା ହେଲଦୀ ଫୁଡସକୁ ଡେଲି ଡାଏଟରେ ସାମିଲ କରନ୍ତୁ ।

ଟେନସନ କମ କରନ୍ତୁ, ଏହା ବଦଳରେ ଆପଣ ମେଡିଟେସନ କରନ୍ତୁ । ସିଗାରେଟ, ମଦ ପରି ଖରାପ ଅଭ୍ୟାସ ଛାଡ଼ନ୍ତୁ । ଏହି କୁଅଭ୍ୟାସ ଦ୍ୱାରା ଆମର ସ୍କାଲପରେ ରକ୍ତ ପ୍ରବାହ ଠିକ୍ ଭାବେ ହୋଇପାରି ନଥାଏ । ଶାରୀରିକ ଭାବେ ଆକ୍ଟିଭ ରହିବା ଫଳରେ ବ୍ଲକ ସର୍କୁଲେସନ ଠିକ୍ ଭାବେ ହେବା ସହ ରକ୍ତ ସଞ୍ଚାଳନ ବାଳ ପର୍ଯ୍ୟନ୍ତ ଠିକ୍ ଭାବେ ପହଞ୍ଚି ପାରିଥାଏ ।

Get real time updates directly on you device, subscribe now.