Flying Snake: ସାବଧାନ ! ଏହି ଜଙ୍ଗଲରେ ଲୁଚିଛି ଉଡ଼ନ୍ତା ସାପ, ଡାଳରୁ ଡାଳକୁ ଯାଇ କରିଥାଏ ଶିକାର,ଦେଖିବା ମାତ୍ରକେ…
କେତେ ବିଷାକ୍ତ ଏହି ଉଡ଼ନ୍ତା ସାପ ?
ଓଡିଶା ଭାସ୍କର: ଉଡ଼ନ୍ତା ସାପର ନାମ ଯେମିତି କାମ ମଧ୍ୟ ସେମିତି। ଏହା ଗୋଟିଏ ଡ଼ାଳରୁ ଆଉ ଗୋଟିଏ ଡ଼ାଳକୁ ଡ଼େଇଁ ଶିକାର କରିଥାଏ।
25 ମିଟର ଦୁରରେ ଥିବା ଗଛକୁ ସହଜରେ ଡେଇଁ କରି ପଳାଏ। ତେବେ ଏହି ସାପ ମଣିଷ ପାଇଁ କେତେ ବିଷାକ୍ତ ଓ ଏହା କେଉଁଠାରେ ଦେଖାଯାଏ ଆସନ୍ତୁ ଜାଣିବା ?
ଉଡନ୍ତା ସାପର ବୈଜ୍ଞାନିକ ନାମ ହେଉଛି କ୍ରାଇସୋପେଲିଆ। ଏହି ସାପଗୁଡିତ ମୁଖ୍ଯତ୍ଃ ଦକ୍ଷିଣ-ପୂର୍ବ ଏସିଆର ଘଁଚ ଜଙ୍ଗଲରେ ଦେଖାଯାଆନ୍ତି।
ଏହି ସାପର ପକ୍ଷୀ ଭଳି ଡେଣା ନଥାଏ ମାତ୍ର ଏହା ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ସହଜରେ ଡେଇଁପାରେ। ଏପରିକି ଦୁର ଦୁରରେ ଥିବା ଗଛକୁ ଡେଇଁପାରିଥାଏ।ଏଥିପାଇଁ ତାକୁ ଉଡ଼ନ୍ତା ସାପ କୁହାଯାଏ। ଏହା ପାଖପାଖି 25 ମିଟର ଦୁର ଯାଏଁ ଗଛରୁ ଗଛକୁ ଡେଇଁ ପାରେ।
ଏମାନଙ୍କ ଦାନ୍ତର ଅଳ୍ପ ପରିମାଣର ନ୍ଯୁରୋଟକ୍ସିକ ବିଷ ରହିଥାଏ। ତେବେ ଏହା ଯଦି କୌଣସି ଛୋଟ ଜୀବକୁ କାମୁଡିଦିଏ ତାହା ସଙ୍ଗେ ସଙ୍ଗେ ମରିଯାଏ।
ମାତ୍ର ଯଦି ଏହା ମଣିଷକୁ କାମୁଡେ ତେବେ ମଣିଶ ଠାରେ ସହଜରେ ବିଷ ଚଢେ ନାହିଁ। ଏପରିକି ଏହାର ବହୁତ କମ ବିଷ ମଣିଶ ଉପରେ ସେତେ ପ୍ରଭାବ ପକାଇନଥାଏ।
ଉଡ଼ନ୍ତା ସାପର ବିଷରେ ଝିଟିପିଟି, ବେଙ୍ଗ ଓ ପକ୍ଷୀର ମୃତ୍ଯୁ ହୋଇଯାଏ। ଏଣୁ ଏହି ଜୀବଗୁଡିକ ଉଡ଼ନ୍ତା ସାପ ଦେଖିବା ମାତ୍ରେ ଲୁଚିଯାଆନ୍ତି।
