fbpx

କେମିତି ହେବ ପୃଥିବୀର ଶେଷ ସେଲଫି? AIର ଇମେଜ ଦେଖି ଭୟରେ ଥରିବେ ଆପଣ…

ଓଡିଶା ଭାସ୍କର: ପୃଥିବୀ ଧ୍ୱଂସକୁ ନେଇ ସମସ୍ତଙ୍କ ମନରେ ଭରି ରହିଛି ଅନେକ ପ୍ରଶ୍ନ । କ’ଣ ସତରେ ଧ୍ୱଂସ ହେବ ପୃଥିବୀ? କେମିତି ଧ୍ୱଂସ ପାଇବ ଏହି ଜୀବଜଗତ ? ଏମିତି ଆହୁରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରେ । ତେବେ ଥରେ ଚିନ୍ତା କରିଛନ୍ତି, ଏବେ ଯେମିତି ଲୋକଙ୍କ ଭିତରେ ସେଲ୍ଫିକୁ ନେଇ କ୍ରେଜ ରହିଛି ସେତେବେଳେ ପରିସ୍ଥିତି କ’ଣ ହେବ? ହଁ ହୁଏତ ପୃଥିବୀ ଧ୍ୱଂସ ସମୟରେ ମଧ୍ୟ କିଛି ଲୋକ ସେଲଫି ନେଉଥିବାର ଦେଖିବାକୁ ମିଳିପାରନ୍ତି । ତାହେଲେ ଭାବନ୍ତୁ କେମିତି ହେବ ଏହି ସେଲଫି? କେତେ ଭୟଙ୍କର ରହିବ ଏହାର ଦୃଶ୍ୟ?

ପୃଥିବୀ ଧ୍ୱଂସ ଏବଂ ସେଲଫିକୁ ନେଇ ଏକ ବିଚିତ୍ର ପରିକଳ୍ପନା କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା ଏଆଇ । ତେବେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ରଖିଛି AI । AI DALL-E 2କୁ ଇମେଜ ଜେନେରେଟର ପାଇଁ ବ୍ୟବହାର କରାଯାଏ । ତେବେ ଏହାକୁ ପୃଥିବୀର ଶେଷ ସେଲଫି କିପରି ହେବ ବୋଲି ପଚରା ଯାଇଥିଲା । ଏହାର ଉତ୍ତରରେ କିଛିଟା ଇମେଜ ଜେନେରେଟ କରିଛି AI । ଯାହା ଖୁବ ଭୟଙ୍କର ରହିଛି । ଦେଖନ୍ତୁ ଏହି ଫଟୋ ଆଉ ଥରେ କଳ୍ପନା କରନ୍ତୁ ସେ ସମୟର ଦୃଶ୍ୟ ।…

ଚାରିଆଡେ ପ୍ରକୃତିର କରାଳ ରୂପ ଆଉ ବିନାଶ ଦେଖିବାକୁ ମିଳୁଥିବା ବେଳେ କିଛି ଲୋକ ମୋବାଇଲରେ ସେଲଫି ନେଉଥିବାର ଦୃଶ୍ୟ ଦେଖାଯାଇଛି । ପୃଥିବୀର ଶେଷ ସେଲଫି କ୍ରିଏଟ କରିବା ପାଇଁ DALL-E ଆର୍ଟିଫିସିଆଲ ଏଜେନ୍ସି ସିଷ୍ଟମକୁ କୁହାଯାଇଥିଲା । ଯାହାର ଉତ୍ତରରେ ଏହିସବୁ ସେଲଫି କ୍ରିଏଟ କରିଛି AI ।

ଏ ସମସ୍ତ ଫଟୋ ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହାକୁ ଦେଖି ପୃଥିବୀ ଧ୍ୱଂସର ସେ ଶେଷ ସମୟକୁ କଳ୍ପନା କରିବା ମଧ୍ୟ ଆରମ୍ଭ କରି ଦେଲେଣି । ତେବେ ଲୋକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । କିନ୍ତୁ ମନରେ ଏବେ ବି ପ୍ରଶ୍ନ ରହିଛି କ’ଣ ସତରେ ଏମିତି ଧ୍ୱଂସ ହେବ ପୃଥିବୀ? କ’ଣ ପ୍ରକୃତରେ ଏମିତି ହେବ ପୃଥିବୀର ଶେଷ ସେଲଫି?

Get real time updates directly on you device, subscribe now.