fbpx

ଅଗଷ୍ଟ ମାସରେ କିପରି ଚାଲିବ ସରକାରୀ ଅଫିସ? ଜାଣନ୍ତୁ କ’ଣ କହିଲେ ପ୍ରଶାସନ

ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ପ୍ରଶାସନ ପକ୍ଷରୁ ଆଗାମୀ ମାସ ଅର୍ଥାତ୍ ଅଗଷ୍ଟରେ ସରକାରୀ କାର୍ଯ୍ୟାଳୟଗୁଡିକର କାର୍ଯ୍ୟକାରିତା ନେଇ ନୂଆ ନିର୍ଦ୍ଦେଶାନାମା ଜାରି ହୋଇଛି । ୫୦% କର୍ମଚାରୀଙ୍କୁ ନେଇ ରାଜ୍ୟର ସବୁ ସରକାରୀ ଅଫିସ ଚାଲିବ । କେବଳ ଜରୁରୀ ସେବା ପାଇଁ ୧୦୦% କର୍ମଚାରୀ ଆସିବେ । ସେହି ଜରୁରୀ ବିଭାଗ ହେଉଛି- ଏସଆରସି ଓ ଓଏସଡିଏମଏ ଅଫିସ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲିଟି । ଏହା ସହ ଅଗଷ୍ଟ ମାସରେ ସବୁ ସରକାରୀ ଅଫଡିସ ଶନିବାର ଦିନ ବି ବନ୍ଦ ରହିବ । କର୍ମଚାରୀମାନେ ରୋଷ୍ଟର ଆଧାରରେ ଅଫିସରରେ ଯୋଗଦେବେ ।

Get real time updates directly on you device, subscribe now.