ନକଭିଙ୍କ ଇଏ କି ରୂପ; ଭାରତ ଉପରେ ରାଗୁଥିବା ନକଭି ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଏତେ ଖୁସି କାହିଁକି, କଣ ଚାଲିଥିଲା ଆଲୋଚନା…

ଟ୍ରଫି ଚୋର ନକଭି ଏବେ ପୁରା ବିନ୍ଦାଶ ମୁଡ୍ ରେ କଣ ପାଇଁ ?

ଓଡିଶା ଭାସ୍କର: ଟ୍ରଫି ଚୋର ନକଭିଙ୍କ ମୁହଁରେ ଶ୍ରୀଲଙ୍କା ଦେଶର ପ୍ରଶଂସା। ଏହି ଦେଶ ପାକିସ୍ତାନର ସୁରକ୍ଷା  ଉପରେ ପୁରା ବିଶ୍ବାସ କରୁଛି ଶ୍ରୀଲଙ୍କା, ଏହା କହି ଗଣମାଧ୍ୟମ ଆଗରେ ଖୁସି ବ୍ଯକ୍ତ କରିଛନ୍ତି ଟ୍ରଫି ଚୋର ନକଭି।

ମାତ୍ର ପ୍ରକୃତ ସତ କିଛି ଅଲଗା ଇସଲାମାବାଦର ବିସ୍ଫୋରଣ ପରେ ଅନେକ ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଛାଡିବା ପାଇଁ କହିଥିଲେ। ମାତ୍ର ବହୁ ସମୟ ଆଲୋଚନା ପରେ ଯାଇ ସେମାନେ ପାକ ରେ ଖେଳିବା ପାଇଁ ରାଜି ହେଲେ। ତେବେ କଣ ରହିଛି ପୁରା ଘଟଣା ଆସନ୍ତୁ ଜାଣିବା…

ଇସଲାମାବାଦରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପରେ ସେଠାରେ ବିଦେଶୀ ଖେଳାଳିଙ୍କ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି। ପାକିସ୍ତାନ ସରକାର  ଶ୍ରୀଲଙ୍କା କ୍ରିକେଟ ଦଳର ସୁରକ୍ଷା ପାକିସ୍ତାନ ସଶସ୍ତ୍ର ବାହିନୀକୁ ହସ୍ତାନ୍ତର କରିଛନ୍ତି।

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଏବଂ ଦେଶର ଗୃହମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ଶ୍ରୀଲଙ୍କା ଦଳକୁ ଏବେ ରାଜ୍ୟସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଉଥିବାରୁ, ସେନା ଏବଂ ରେଞ୍ଜର୍ସ ଏବେ ପୋଲିସ ସହିତ ସେମାନଙ୍କ ସୁରକ୍ଷାର ଦାୟିତ୍ବ ନେବେ।

ରାୱଲପିଣ୍ଡି ଷ୍ଟାଡିୟମରେ ପାକିସ୍ତାନୀ ଏବଂ ଶ୍ରୀଲଙ୍କା ଖେଳାଳିଙ୍କ ସହ ଏକ ଆଲୋଚନା ସମୟରେ ନକଭି ଗଣମାଧ୍ୟମକୁ କହିଥିଲେ ଯେ ଶ୍ରୀଲଙ୍କା ସରକାର ଏବଂ ବୋର୍ଡ ଖେଳାଳିଙ୍କ ଗସ୍ତ ଜାରି ରଖି ପାକିସ୍ତାନ କ୍ରିକେଟକୁ ସମର୍ଥନ କରିଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଇସଲାମାବାଦରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଚିନ୍ତା ଯୋଗୁଁ କିଛି ଶ୍ରୀଲଙ୍କା ଖେଳାଳି ସ୍ୱଦେଶ ଫେରିବାକୁ ଚାହୁଁଥିଲେ।

ସେ କହିଛନ୍ତି କି ପାକିସ୍ତାନ ଏବଂ ଶ୍ରୀଲଙ୍କାର ଶୀର୍ଷ ନେତୃତ୍ୱ ମଧ୍ୟରେ ନିରନ୍ତର ଆଲୋଚନା ସକାରାତ୍ମକ ଫଳାଫଳ ଆଣିଛି।” ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେନା ମୁଖ୍ୟ ମୁନିର ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ପ୍ରମିତା ବନ୍ଦରା ଟେନାକୁନଙ୍କୁ ଦଳର ସୁରକ୍ଷା ବିଷୟରେ ଆଶ୍ୱାସନା ଦେଇଛନ୍ତି। ଏଣୁ ଏନେଇ କୌଣସି ଚିନ୍ତା କରିବା ଅନୁଚିତ।

ସେ କହିଛନ୍ତି, “ଫିଲ୍ଡ ମାର୍ଶାଲ ନିଜେ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ସହ କଥା ହୋଇଥିଲେ। ପାକିସ୍ତାନରେ ରହିବାକୁ ନିଷ୍ପତ୍ତି ନେଇ ଖେଳାଳିମାନେ ମହାନ ସାହସ ଦେଖାଇଥିବାରୁ ମୁଁ କୃତଜ୍ଞ।”

ନକଭି କହିଛନ୍ତି ଯେ ସେ ନିଜେ ଶ୍ରୀଲଙ୍କା ଖେଳାଳିଙ୍କ ସହ ଏକ ଲମ୍ବା ବୈଠକ କରି ସେମାନଙ୍କୁ ଆଶ୍ୱସ୍ତ କରିଥିଲେ ଯେ ସେମାନଙ୍କ ସୁରକ୍ଷା ପାକିସ୍ତାନ ସରକାରଙ୍କ ଦାୟିତ୍ୱ। ସୂଚନାଯୋଗ୍ଯ ଯେ ଆଗରୁ ରାୱଲପିଣ୍ଡିରେ ବିପଦ ଥିବା ବିଷୟରେ ସୂଚନା ପାଇବା ପରେ ନ୍ୟୁଜିଲାଣ୍ଡ ଦଳ ସେପ୍ଟେମ୍ବର 2021ରେ ପାକିସ୍ତାନର ଟେଷ୍ଟ ଗସ୍ତ ବାତିଲ କରିଥିଲା।