fbpx

HSRP ନମ୍ବର ପ୍ଲେଟ୍ ଯାଞ୍ଚ ଆରମ୍ଭ ହେବ: ଧରାପଡ଼ିଲେ ୧୦ ହଜାର ଜରିମାନା, ବିଜ୍ଞପ୍ତି ଜାରି କଲା ପରିବହନ ବିଭାଗ

ନୂଆଦିଲ୍ଲୀ: ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି (୧, ୨, ୩, ୪ ଶେଷ ନମ୍ବର)ର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ସମୟସୀମା ଆସନ୍ତା ୩୦ ତାରିଖରେ ସମାପ୍ତ ହେବ । ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୩୧ରେ ଶେଷ ହେବାକୁ ଥିବା ଗାଡ଼ରି ଶେଷ ନମ୍ବର ୧, ୨କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ରାଜ୍ୟରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଏନେଇ ଯୁଗ୍ମ ପରିବହନ କମିସନର କହିଛନ୍ତି, ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ମୋଟ ୧୦,୬୫,୩୧୨ଟି ଯାନ ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ସେଥିମଧ୍ୟରୁ ୫୯,୩୭,୧୭ଟି ଗାଡ଼ିରେ ଏଚଏସଆରପି ଲଗାଯାଇଛି । ଏମ.ଭି ଧାରା ୧୯୨ ଆକ୍ଟ ୧୯୮୮ ଅଧିନରେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଯେଉଁ ଗାଡ଼ି ଏଚଏସଆରପି ସହିତ ପଞ୍ଜିକରଣ ହୋଇନଥିବ, ଉକ୍ତ ଗାଡ଼ି ଅପରାଧୀଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ । ଏଥିସହିତ ୫ ହଜାର କିମ୍ବା ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ ।

ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧ ଓ ୨ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଯେଉଁ ଗାଡ଼ିର ନମ୍ବର ନମ୍ବର ୩ ଓ ୪ ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଥିବ ସେଥିରେ ଅକ୍ଟୋବର ୩୧ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୭ ଓ ୮ ମଧ୍ୟରେ ଶେଷ ହେଉଥିବ ସେଥିରେ ନଭେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୯ ଓ ୦ରେ ଶେଷ ହେଉଥିବ ସେଥିରେ ଡିସେମ୍ବର ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.