Argentina vs Egypt : ‘ଧୋକା ଦେଇ ଜିତିଲା ମେସିଙ୍କ ଅର୍ଜେଣ୍ଟିନା… ୱର୍ଲଡ କପ ଫିକ୍ସ ଅଛି…’ କାନ୍ଦି କାନ୍ଦି ଗମ୍ଭୀର ଅଭିଯୋଗ ଆଣିଲେ ଇଜିପ୍ଟର ଖେଳାଳି
ଇଜିପ୍ଟ ୭୮ ତମ ମିନିଟ ପର୍ଯ୍ୟନ୍ତ ଅର୍ଜେଣ୍ଟିନା ଉପରେ ୨-୦ ର ଅଗ୍ରଣୀ ହାସଲ କରି ରଖିଥିଲା, କିନ୍ତୁ ଶେଷ ସମୟରେ ମ୍ୟାଚ ହାରିଗଲା। ସେମାନଙ୍କ ଖେଳାଳି ଲିଓନେଲ ମେସିଙ୍କ ଦଳ ଉପରେ ପ୍ରତାରଣା ବା ଧୋକା ଦେଇ ଜିତିଥିବା ଅଭିଯୋଗ କରିଛନ୍ତି।
Argentina vs Egypt FIFA World Cup : ଫିଫା ୱର୍ଲଡ କପ୍ ୨୦୨୬ ରେ ମଙ୍ଗଳବାର ଦିନ ଅନୁଷ୍ଠିତ ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ଇଜିପ୍ଟକୁ ହରାଇ ଅର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଯଦିଓ ଏକ ପକ୍ଷ ସୋସିଆଲ ମିଡିଆରେ ରେଫରିଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣୁଛନ୍ତି, କିନ୍ତୁ ନିଜେ ଇଜିପ୍ଟର ଖେଳାଳି ମଧ୍ୟ ଅର୍ଜେଣ୍ଟିନାର ବିଜୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁଯାୟୀ, ରେଫରି ସଠିକ୍ ନିଷ୍ପତ୍ତି ନେଉନଥିଲେ। ଏହି ସମୟରେ ତାଙ୍କ ଆଖିରେ ଲୁହ ଥିଲା ଏବଂ ସେ କାନ୍ଦୁଥିଲେ। ଅନ୍ୟପଟେ ଲିଓନେଲ ମେସି ମଧ୍ୟ ଭାବୁକ ଥିଲେ, ଯାହାଙ୍କ ଦଳ ୭୮ ତମ ମିନିଟ୍ ପର୍ଯ୍ୟନ୍ତ ୦-୨ ରେ ପଛୁଆ ଥିଲା।
ଇଜିପ୍ଟର ଷ୍ଟ୍ରାଇକର ମୋସ୍ତାଫା ଜିକୋ ୬୭ ତମ ମିନିଟରେ ଗୋଲ୍ ଦେଇ ଇଜିପ୍ଟକୁ ୨-୦ ରେ ଅଗ୍ରଣୀ କରାଇଥିଲେ, ଯଦିଓ ଏହି ଗୋଲ୍ ପୂର୍ବରୁ ସେ ଆଉ ଏକ ଚମତ୍କାର ଗୋଲ୍ କରିଥିଲେ କିନ୍ତୁ VAR ଯାଞ୍ଚ ପରେ ରେଫରି ଏହାକୁ ଅମାନ୍ୟ ଘୋଷଣା କରିଥିଲେ। ତେବେ ଫାଉଲ୍ ଷ୍ଟ୍ରାଇକର ଜିକୋଙ୍କର ନଥିଲା ବରଂ ଡିଫେଣ୍ଡରଙ୍କର ଥିଲା। ଏହାପୂର୍ବରୁ ୧୯ ତମ ମିନିଟରେ ଅର୍ଜେଣ୍ଟିନାକୁ ନିଜର ପ୍ରଥମ ଗୋଲ୍ କରିବାର ସୁଯୋଗ ମିଳିଥିଲା, କିନ୍ତୁ ଲିଓନେଲ ମେସି ପେନାଲ୍ଟି ମିସ୍ କରିଦେଇଥିଲେ।
Mostafa Ziko’s interview after the match against Messi’s Argentina
🚨🗣️ Mostafa Ziko: "Congratulations to Argentina on the World Cup; the tournament was rigged, they didn't need anything else."
"The referee was unfair, unfair, unfair, unfair." https://t.co/qqk2GXGniW pic.twitter.com/3H91CnTpt7
— Someone’s Son 💎🇬🇭 (@bigfred6ix9) July 7, 2026
ୱର୍ଲଡ କପ୍ ଫିକ୍ସ ଅଛି- ମୋସ୍ତାଫା ଜିକୋ
ମ୍ୟାଚ୍ ପରେ ଇଣ୍ଟରଭ୍ୟୁ ସମୟରେ ମୋସ୍ତାଫା ଜିକୋ ରେଫରିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଏହାକୁ ଅନ୍ୟାୟ ବୋଲି କହିଛନ୍ତି। ସେ କହିଛନ୍ତି, “ରେଫରି ଅନଫେୟାର ଥିଲେ। ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଥିଲା ଯେ ଏହା ଅନ୍ୟାୟ ଥିଲା। ମ୍ୟାଚର ପ୍ରାରମ୍ଭିକ ସମୟରେ ଆମେ ଭଲ ପ୍ରଦର୍ଶନ କରିଥିଲୁ, କିନ୍ତୁ ମ୍ୟାଚରେ ଆରମ୍ଭରୁ ହିଁ ପକ୍ଷପାତିତା ଚାଲିଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଟୁର୍ଣ୍ଣାମେଣ୍ଟ ଫିକ୍ସ ଅଛି।”
କ୍ୱାର୍ଟର ଫାଇନାଲରେ ଅର୍ଜେଣ୍ଟିନାର ମୁକାବିଲା ସ୍ୱିଜରଲ୍ୟାଣ୍ଡ ସହିତ ହେବ। ସ୍ୱିଜରଲ୍ୟାଣ୍ଡ ରାଉଣ୍ଡ ଅଫ ୧ ମ୍ୟାଚରେ କଲୋମ୍ବିଆକୁ ପେନାଲ୍ଟିରେ ହରାଇଛି। ଅର୍ଜେଣ୍ଟିନା ବନାମ ସ୍ୱିଜରଲ୍ୟାଣ୍ଡ କ୍ୱାର୍ଟର ଫାଇନାଲ୍ ରବିବାର, ୧୨ ଜୁଲାଇରେ ଖେଳାଯିବ।


