fbpx

ଶ୍ରୀମନ୍ଦିର ନୀତିରେ ମହାବିଳମ୍ବ, ଗତକାଲିର ନୀତି ଆଜି ହେଲା ସମ୍ପନ

ପୁରୀ: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି। ତେବେ ଗତକାଲିର ପହୁଡ଼ ବିଳମ୍ବ ହେବାରୁ ଆଜି ଭକ୍ତଙ୍କ ଦର୍ଶନ ମଧ୍ୟ ବିଳମ୍ବ ହେବ।

କାଲିର ବିଳମ୍ବ ପାଇଁ ଆଜି ସକାଳ ୭ଟା ସମୟରେ ସିଂହଦ୍ୱାର ଖୋଲିଥିଲା। ତେବେ ଖବର ମୁତାବକ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କର ମଙ୍ଗଳ ଆଳତି ହୋଇନାହିଁ। ସିଂହଦ୍ୱାର ଖୋଲିବାର ପ୍ରାୟ ଦେଢ ଘଣ୍ଟାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥାଏ। ଏହାପରେ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।

ତେବେ ଆଜି ମଧ୍ୟ ଶ୍ରୀମନ୍ଦିର ନୀତି ବିଳମ୍ବ ହେବା ନେଇ ଆଶଙ୍କା କରାଯାଉଛି। କାରଣ ମଙ୍ଗଳ ଆଳିତ ହେବା ପରେ ହିଁ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ତେବେ ଦର୍ଶନ ବିଳମ୍ବ ହେବା କାରଣରୁ ମନ୍ଦିର ବାହାରେ ଏବଂ ଭିତରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।

Get real time updates directly on you device, subscribe now.