fbpx

Flipcart Republic Day Saleରେ Asus ଲାପଟପ୍ ରେ ପାଆନ୍ତୁ ଜବରଦସ୍ତ ଡିସକାଉଣ୍ଟ୍, ଦାମ୍ ୧୬,୯୯୦ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ: Flipcart Republic Day Sale ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଏହି ସେଲ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇଥିଲା । ଫ୍ଲିପକାର୍ଟ ରିପବ୍ଲିକ୍ ଡେ’ ସେଲରେ ସ୍ମାର୍ଟଫୋନ୍, ଟିଭି ସମେତ ଅନେକ ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟସ୍ ଉପରେ ଜବରଦସ୍ତ ଡିସକାଉଣ୍ଟ ଦିଆଯାଉଛି ।

Flipcart Republic Day Saleରେ ଲାପଟପ୍ ରେ ବି ବମ୍ପର୍ ଡିସକାଉଣ୍ଟ୍ ଦିଆଯାଉଛି । ଏଥିରେ ଆସସ୍ ର ଲାପଟପ୍ ଶସ୍ତାରେ ଉପଲବ୍ଧ ହେଉଛି । ଫ୍ଲିପକାର୍ଟ ର ଏହି ରିପବ୍ଲିକ୍ ଡେ ସେଲରେ ଆସସ୍ କ୍ରୋମବୁକ୍ ସି୨୧୪ କୁ କେବଳ ୧୯୧୬ ଟଙ୍କା ନୋ କଷ୍ଟ ଇଏମଆଇ ରେ ବିକ୍ରି କରାଯାଉଛି । ଖାଲି ଏହା ନୁହେଁ ବରଂ Asus Chromebook Flip ସି୨୧୪, ସିଏକ୍ସ୧୧୦୧, ସି୨୨୩, ସି୪୨୩ ଓ ସି୫୨୩ ରେ ଆକର୍ଷଣୀୟ ଅଫର୍ ଦିଆଯାଇଛି । ତେଣୁ ଏବେ ହିଁ କିଣନ୍ତୁ ଓ ଅଫର୍ ଲାଭ ଉଠାନ୍ତୁ ।

ଏହା ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ହୋଲ୍ଡର୍ ଙ୍କୁ କେବଳ ୧୨୫୦ ଟଙ୍କାରେ ୧୦ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । Asus Chromebook ସି୨୧୪ କୁ ଏହି ସେଲରେ କେବଳ ୨୨ ହଜାର ୯୯୦ ପ୍ରାରମ୍ବିକ ଦାମ୍ ରେ ବିକ୍ରି କରାଯାଉଛି । ପୂର୍ବରୁ ଏହାର ଦାମ୍ ୨୪ହଜାର ୯୯୦ ଟଙ୍କା ଥିଲା । ସେହିପରି କ୍ରୋମବୁକ୍ ସି୨୨୩ କୁ କେବଳ ୧୬,୯୯୦ ଟଙ୍କାରେ ଉପଲବ୍ଧ କରାଯାଇଛି । ଏହା ପୂର୍ବରୁ ଏହାକୁ ୧୮,୯୯୦ ଟଙ୍କାରେ ବିକ୍ରି କରାଯାଉଥିଲା ।

 

Get real time updates directly on you device, subscribe now.