fbpx

ଶରୀରରେ ନୂଆ ହାତ ଗୋଡ ସୃଷ୍ଟି କରିପାରିବ ମଣିଷ: ରିସର୍ଚ୍ଚ ପରେ ବଡ ଖୁଲାସା

ନୂଆଦିଲ୍ଲୀ: ଶରୀରରେ କିଛି ଅଙ୍ଗ ଭାଙ୍ଗି ଗଲେ କିମ୍ବା କଟିଗଲେ ଅନେକ ପଶୁ ଏହାକୁ ପୁଣିଥରେ ସୃଷ୍ଟି କରିପାରନ୍ତି । ଠିକ ଯେମିତି ହରିଣ, ନିଜ ଶିଙ୍ଗ ଭାଙ୍ଗିଗଲେ ହରିଣ ପୁଣିଥରେ ଏହାକୁ ସୃଷ୍ଟି କରିପାରେ । ତେବେ ମଣିଷ କ’ଣ ଏହା କରିପାରିବ ? ମଣିଷ ଶରୀରରୁ କୌଣସି ଅଙ୍ଗ ବିଚ୍ଛେଦ ହୋଇଗଲେ ସେ କ’ଣ ଏହାକୁ ପୁଣିଥରେ ସୃଷ୍ଟି କରାଇପାରିବ ? ମଣିଷ ପାଖରେ ଏହି କ୍ଷମତା ବତ୍ତମାନ ସୁଦ୍ଧା ମିଳିପାରିନାହିଁ । ତେବେ ଏ ନେଇ ରିସର୍ଚ୍ଚ ଚାଲୁ ରହିଥିବା ବେଳେ ଖୁଶୀଘ୍ର ଏହି କ୍ଷମତାର ମାଲିକ ହୋଇପାରିବ ମଣିଷ । ମଣିଷ ଏହି କ୍ଷମତା ହାସଲ କରିବାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ।

चीन के वैज्ञानिकों ने चूहे के सिर पर उगाई सींग. इंसानों के हाथ-पैर उगेंगे. (प्रतीकात्मक फोटोः गेटी)

ହାତ-ଗୋଡ ସୃଷ୍ଟି କରୁଥିବା କୋଶିକାକୁ କେବଳ ମଣିଷର ଶରୀରରେ ଅନ୍ତର୍ଭୁକ୍ତ କରିବାକୁ ହେବ । ବ୍ଲାଷ୍ଟେମା ସେଲ୍ସ ନାମକ ଏହି କୋଶିକା ହରିଣ ଶରୀରରେ ମିଳିଥାଏ । ତେଣୁ ହରିଣ ଶିଙ୍ଗ ଭାଙ୍ଗିଗଲେ ଏହା ପୁଣିଥରେ ସୃଷ୍ଟି ହୋଇଥାଏ । ତେବେ ବୈଜ୍ଞାନିକମାନେ ବର୍ତ୍ତମାନ ବ୍ଲାଷ୍ଟେମା ସେଲ୍ସକୁ ମଣିଷର ଲାଭ ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଚୀନର ଜିଆନସ୍ଥିତ ନର୍ଥୱେଷ୍ଟର୍ଣ୍ଣ ପଲିଟେକନିକାଲ ୟୁନିଭର୍ସିଟି ବୈଜ୍ଞାନିକ ଏଭଳି ପ୍ରୟୋଗ କରିଛନ୍ତି । ହରିଣ ଶରୀରରେ ମିଳୁଥିବା ଏହି କୋଶିକା ପ୍ରୋଜେନିଟର ସେଲ୍ସଗୁଡିକୁ ବୈଜ୍ଞାନିକମାନେ ମୂଷାର ମୁଣ୍ଡରେ ପକାଇଥିଲେ । ଏହାର ୪୫ ଦିନ ମଧ୍ୟରେ ମୂଷା ମୁଣ୍ଡରେ ମଧ୍ୟ ଶିଙ୍ଗ ଆକୃତିର କିଛି ଦେଖିବାକୁ ମିଳିଛି ।

Humans Can Regrow Limbs

ଏହି ରିସର୍ଚ୍ଚରୁ ଜଣାଯାଇଛି ଯେ, ହରିଣ ଶିଙ୍ଗକୁ ଯଦି ଆପଣ ବର୍ଷେ ପର୍ଯ୍ୟନ୍ତ ଅନୁଧ୍ୟାନ କରିବେ ତ ଜାଣିପାରିବେ ଯେ ହରିଣର ଶିଙ୍ଗ ଭାଙ୍ଗିବା ପରେ ପୁଣିଥରେ କିପରି ସୃଷ୍ଟି ହୋଇଥାଏ । ତେବେ ଏହି ଉପାୟ ଦ୍ୱାରା ମଣିଷ ଶରୀରର କୌଣସି ଅଙ୍ଗ ବିକଶିତ କରିବା ନେଇ ପ୍ରୟାସ କରାଯାଇପାରେ । ହରିଣ ଶରୀରର ଏହି ସେଲ କେବେ ଶରୀରଠାରୁ ଅଲଗା ହୋଇନଥାଏ । ଏହାର ଶିଙ୍ଗ ଭାଙ୍ଗିବା ଆରମ୍ଭ ହେବା ମାତ୍ରେ ବ୍ଲାଷ୍ଟେମା ସେଲ ଆକ୍ଟିଭ ହୋଇଯାଏ ଏବଂ ସମ୍ପୂର୍ଣ୍ଣ ଭାଙ୍ଗିବା ପରେ ନୂଆ ଶିଙ୍ଗ ପ୍ରସ୍ତୁତ ହୋଇଥାଏ ।

Get real time updates directly on you device, subscribe now.