fbpx

ମଣିଷର ମସ୍ତିଷ୍କରେ ଲାଗିବ ‘Brain Chip, ମଣିଷକୁ କରାଯିବ କଣ୍ଟ୍ରୋଲ: ଜାଣନ୍ତୁ କ’ଣ ରହିଛି ଏଲନ ମସ୍କଙ୍କ ପ୍ଲାନିଂ

ନୂଆଦିଲ୍ଲୀ: ଟ୍ୱିଟରକୁ କିଣିବା ପରେ ବିଶ୍ୱର ଅନ୍ୟତମ ଧନ୍ୟ ବ୍ୟକ୍ତି ଏଲନ ମସ୍କ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ନିକଟରେ ଏଲନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଣିଷର ବ୍ରେନକୁ ନିୟନ୍ତ୍ରଣ କରିବା ନେଇ ନେଇ ସେ ପ୍ଲାନିଂ କରୁଛନ୍ତି । ମସ୍ତିଷ୍କରେ ଏକ ‘ବ୍ରେନ ଚିପ’ ଲଗାଇବା ପରେ ଏହା ସମ୍ଭବ ହୋଇପାରିବ ବୋଲି ଏଲନ୍ ବିଚାର କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏଲନଙ୍କ ପ୍ରୋଜେକ୍ଟ ନ୍ୟୁରୋଲିଙ୍କ ପକ୍ଷରୁ ଗତବର୍ଷ ଏକ ଭିଡିଓ ଜାରି କରାଯାଇଥିଲା । ଗୋଟିଏ ମାଙ୍କଡ଼ର ବ୍ରେନରେ ଏକ ଚିପ୍ ଖଞ୍ଜା ଯାଇଥିଲା । ଉକ୍ତ ମାଙ୍କଡ଼ଟି ନିଜର ବ୍ରେନ ସହାୟତାରେ ଗେମ୍ ଖେଳୁଥିବା ଭିଡିଓରେ ଦେଖାଯାଇଥିଲା । ତେବେ ଏହି ପ୍ରୋଜେକ୍ଟ ଉପରେ ବିଶ୍ୱର ନ୍ୟୁରୋ-ସାଇଣ୍ଟିଷ୍ଟ, ପଶୁ ଅଧିକାର କାର୍ଯ୍ୟକର୍ତ୍ତା, ମେଡିକାଲ ଟେକ୍ନୋଲୋଜିଷ୍ଟ, ମେଡିକାଲ ଆଡଭୋକେଟ୍, ଏକ୍ସପର୍ଟଙ୍କ ତୀକ୍ଷ୍ଣ ନଜର ରହିଛି ।

ଏଲନଙ୍କ ମାଲିକାନାରେ ଥିବା ଟେସଲା ଓ ସ୍ପେସ-ଏକ୍ସ କମ୍ପାନୀ ପକ୍ଷରୁ ନୂଆ ନୂଆ ପ୍ରଡକ୍ଟ ତ୍ୱରିତ ବେଗରେ ଲଞ୍ଚ କରାଯାଇଥାଏ । ନ୍ୟୁରୋଲିଙ୍କ ପ୍ରୋଜେକ୍ଟ ମାଧ୍ୟମରେ ପଶୁଙ୍କ ମସ୍ତିଷ୍କରେ ଚିପ୍ ଲଗାଇବା ପ୍ରକ୍ରିୟା ଏବେ ପ୍ରାଥମିକ ପର୍ଯ୍ୟାୟରେ ପହଞ୍ଚିଛି । କୁହାଯାଉଛି, ଏହି ପ୍ରୋଜେକ୍ଟ ପଛରେ ଏଲନଙ୍କର ଏକ ବଡ଼ ଉଦ୍ଦେଶ୍ୟ ରହିଛି । ଆଗାମୀ ଦିନରେ ମଣିଷର ମସ୍ତିଷ୍କରେ ଏହି ଚିପକୁ ସ୍ଥାପନ କରି ତାହାକୁ ନିୟନ୍ତ୍ରଣ କରାଯିବ । ଏହାଦ୍ୱାରା ମଣିଷର ବ୍ରେନକୁ କମ୍ପ୍ୟୁଟର ସହ ଯୋଡ଼ି ତା’ର କ୍ଷମତା ବୃଦ୍ଧି ନେଇ ପ୍ରୟାସ କରାଯିବ ।

ଗତ ୨୦୨୦ରେ ଏହି ଚିପର ହ୍ୟୁମାନ ଟ୍ରାଏଲ ନେଇ ଏଲନ ଚାହୁଁଥିଲେ । ମାତ୍ର ଉକ୍ତ ସମୟସୀମା ବର୍ତ୍ତମାନ ଧାର୍ଯ୍ୟ ସମୟ ଠାରୁ ଦୁଇବର୍ଷ ପଛେଇ ଯାଇଛି । କେବଳ ମାଙ୍କଡ଼ ନୁହେଁ, ଘୁଷୁରି ବ୍ରେନରେ ମଧ୍ୟ ଏହି ଚିପ ଲଗାଯାଇଥିବା କୁହାଯାଇଥିଲା । ମଣିଷ ବ୍ରେନ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି । ଏହା ଦ୍ୱାରା ପାରକିନସନ୍ସ ପରି ବୀମାରୀର ଚିକିତ୍ସା ସମ୍ଭବ ହୋଇ ପାରିବ ବୋଲି ମସ୍କ କହିଛନ୍ତି ।

Get real time updates directly on you device, subscribe now.