fbpx

Video: ହଜିଗଲା ମାନବିକତା: ବିଲରେ ପଶି ଖାଇଲା ବୋଲି ଖାଇବାକୁ ନଦେଈ 20ଦିନ ଷଣ୍ଢକୁ ବାନ୍ଧି ରଖିଲେ ଜମି ମାଲିକ

ଉମରକୋଟ: ହଜିଗଲା ମାନବିକତା,ଧାନ ଫସଲ ଖାଇଦେଲା ବୋଲି ୨୦ ଦିନ ଖାଇବାକୁ ନଦେଈ ଶଣ୍ଡ କୁ ବାନ୍ଧି କି ରଖିଲେ ଜମି ମାଲିକ। ବଜରଙ୍ଗ ଦଳର କର୍ମୀଙ୍କ ସହାୟତାରେ ମୁକୁଳିଲା ଷଣ୍ଢ। ବେଳେ ବେଳେ ମଣିଷ ନିଜର ସ୍ବାର୍ଥ ପାଇଁ ନିଜର ମାନବିକତାକୁ ହରାଇ ବସେ। ଏପରି ଏକ ଦୁଃଖ ଭରା ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ। ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ୫୨ ନମ୍ବର ସ୍ଥିତ ପରିମଳ ମିସ୍ତ୍ରୀଙ୍କର ଧାନ କ୍ଷେତରେ ପଶି ଗୋଟିଏ ଷଣ୍ଢ ଧାନ ଫସଲ ବାରମ୍ବାର ଖାଇ ଦେଉଥିଲା ଏଥିରେ ଉତକ୍ଷିପ୍ତ ହୋଇ ପରିମଳ ନିକଟସ୍ଥ ଏକ ସରକାରି ଫାର୍ମ ରେ ଦୀର୍ଘ ୨୦ ଦିନ ଧରି ଖାଇବାକୁ ନଦେଈ ଏପରିକି ପାଣି ଟୋପା ନଦେଇ ବାନ୍ଧିକି ରଖିଥିଲା।

କୌଣସି ସୂତ୍ରରୁ ଉମରକୋଟ ବଜରଙ୍ଗ ଦଳର ଅଶୋକ ପାତ୍ର, ମିଲୁ ପଣ୍ଡା, ସଂତୋଷ ଜେନ।, ନିଗମ ସାହୁ ପ୍ରମୁଖ ଘଟଣା ସ୍ଥଳ ରେ ପହଞ୍ଚି ଓ ଗ୍ରାମବାସି ଙ୍କ ସହାୟତାରେ ଷଣ୍ଢକୁ ଉଦ୍ଧାର କରିଥିଲେ। ଶଣ୍ଡ ଅତ୍ୟନ୍ତ ରୁଗଣ ହେବା ସହ ବେକରେଘା ହେଇଥିବା ପରିଲକ୍ଷିତ ହେଇଥିଲା। ଦୀର୍ଘ ଦିନରୁ ଭୋକରେ ରହିଥିବା ଯୋଗୁଁ କିଛି ଦେଖଣା ହାରି ଅବସ୍ଥା ଦେଖି ଘାସ ଓ ପାଳ ଦେଇଥିଲେ ଷଣ୍ଢ ଟି ଅତି ଆତୁର ହୋଇ ଖାଇ ଥିଲା ଷଣ୍ଢ। ତୁରନ୍ତ ବଜରଙ୍ଗଦଳ କର୍ମୀ ମାନେ ପଶୁ ଚିକିତ୍ସା ବିଭାଗ ର କର୍ମଚାରୀଙ୍କୁ ଡାକି ଚିକିତ୍ସା କରାଇ ଶଣ୍ଡକୁ ମୁକ୍ତ କରିଥିଲେ।

ଘଟଣାକୁ ନେଇ ପରିମଳ ଦୁଃଖ ପ୍ରକାଶ କରିବା ସହ ୨୦ ଦିନ ନାହିଁ ମାତ୍ର ୫ ରୁ ୬ ଦିନ ହେବ ବାନ୍ଧିକି ରଖିଥଲି ଆଉ ଖାଇବା କୁ ଦେଉଥିଲି। ମୋର ଭୁଲ ହୋଇ ଯାଇଛି ଆଗକୁ ଏପରି ଭୁଲ କରିବି ନାହିଁ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିସୟ ପାଲଟିଛି ଓ ଗୋ ପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି।

Get real time updates directly on you device, subscribe now.