fbpx

Infosysରୁ ଚାକିରି ହରାଇଲେ ଶହ ଶହ କର୍ମଚାରୀ: ପରୀକ୍ଷାରେ ଫେଲ୍ ହେବା ପଡ଼ିଲା ମହଙ୍ଗା!

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ବିଶ୍ୱର ଅନେକ ବଡ଼ ବଡ଼ ଟେକ୍ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ଦେଖାଯାଉଛି । ଏହି କ୍ରମରେ ସାମିଲ ହୋଇଛନ୍ତି ଆମାଜନ, ମାଇକ୍ରୋସଫ୍ଟ, ଫେସବୁକ, ଆଇବିଏମ, ଗୁଗଲ ପରି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ । ତେବେ ଏହା ମଧ୍ୟରେ ଭାରତୀୟ ଆଇଟି କମ୍ପାନୀ ଇନଫୋସିସର ଶହ ଶହ କର୍ମଚାରୀ ଚାକିରି ହରାଇଛନ୍ତି ।

ତେବେ ଇଣ୍ଟରନାଲ ଟେଷ୍ଟ ପାସ କରି ନପାରିବା କାରଣରୁ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । କମ୍ପାନୀର ଏହି ନିଷ୍ପତ୍ତି ପରେ ଏବେ ଯେଉଁମାନଙ୍କ ପାଖରେ ଅଫର ଲେଟର ରହିଛି ଓ ସେମାନେ ନିଜର ଅନବୋର୍ଡିଂ ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କ ଚିନ୍ତା ବଢ଼ିଯାଇଛି । ଇଣ୍ଟରନାଲ ଆସେସମେଣ୍ଟ (ଏଫଏ) ପରୀକ୍ଷାରେ ଅସଫଳ ହେବାରୁ ୬ ଶହ କର୍ମଚାରୀଙ୍କୁ ଚାକରିରୁ ବାହାର କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ଫ୍ରେଶର ଆସେସମେଣ୍ଟ ଟେଷ୍ଟରେ ଅସଫଳ ହୋଇଥିବା ୨୦୮ ଜଣ ଫ୍ରେଶର୍ସଙ୍କୁ ଦୁଇ ସପ୍ତାହ ପୂର୍ବରୁ ଚାକିରିରୁ ବାହାର କରାଯାଇଥିଲା । ତେବେ କିଛି ମାସ ମଧ୍ୟରେ ପାଖାପାଖି ୬ ଫ୍ରେଶର୍ସ ନିଜର ଚାକିରି ହରାଇଛନ୍ତି । ତେବେ ଏନେଇ ଜଣେ ଫ୍ରେଶର କହିଛନ୍ତି, ‘ଗତବର୍ଷ ଅଗଷ୍ଟରେ ମୁଁ ଇନଫୋସିସରେ କାମ କରିବା ଆରମ୍ଭ କରିଥିଲି । ମୋତେ ଏସଏପି ଏବିଏପି ଷ୍ଟ୍ରିମ ପାଇଁ ଟ୍ରେନିଂ ଦିଆଯାଇଥିଲା । ମୋ ଟିମରେ ୧୫୦ ଜଣଙ୍କ ମଧ୍ୟରୁ କେବଳ ୬୦ ଜଣ ଫ୍ରେଶର ଆସେସମେଣ୍ଟ ପରୀକ୍ଷା ପାସ୍ କରିଥିଲେ । ଫଳରେ ଅନ୍ୟ ସମସ୍ତଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ।

Get real time updates directly on you device, subscribe now.